www.samajalive.in
Saturday, December 6, 2025
23.1 C
Bhubaneswar

୪୧ଟି ବିମାନବନ୍ଦରକୁ ବୋମାରେ ଉଡାଇବାକୁ ଧମକ: ଆଲର୍ଟରେ ପୁଲିସ

ନୂଆଦିଲ୍ଲୀ: ଦେଶରେ ସରକାରୀ ଓ ବେସରକାରୀ ସଂସ୍ଥାରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବା ଭଳି ଘଟଣା ବଢିଚାଲିଛି। ଏଭଳି ସ୍ଥିତିରେ ମଙ୍ଗଳବାର ଦିନ ୪୧ଟି ବିମାନବନ୍ଦରରେ ବିସ୍ଫୋରଣ ହେବା ନେଇ ଧମକ ଦିଆଯାଇଛି। ଏକ ଇମେଲ ଯୋଗେ ଏଭଳି ଧମକ ଆସିଥିବା ଜଣାପଡିଛି। ଇମେଲ ପାଇବା ପରେ ପୁଲିସ ଆଲର୍ଟ ହୋଇଛି। ଅନେକ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଯାଞ୍ଚ କରାଯିବା ପରେ ଏହା ନକଲି ଧମକ ଥିବା କୁହାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ଇମେଲ ମଙ୍ଗଳବାର ଦିନ ୧୨ଟା ୪୦ ମିନିଟରେ ବିମାନବନ୍ଦରକୁ ଆସିଥିଲା। ଏହା ପରେ ସୁରକ୍ଷାକର୍ମୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିମାନବନ୍ଦରର ସମସ୍ତ ଅଂଚଳରେ ତନତନ କରି ଯାଞ୍ଚ ମଧ୍ୟ ହୋଇଥିଲା। ହେଲେ କେଉଁଠି ବି ବୋମା ନମଳିବା ପରେ ଏହା ନକଲି ଧମକ ବୋଲି ଅଧିକାରୀ କହିଛନ୍ତି। ନିର୍ଦ୍ଧାରିତ ସମୟରେ ସମସ୍ତ ବିମାନ ଚଳାଚଳ ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories