ଆମର ନୀତି ସ୍ପଷ୍ଟ – ସଶକ୍ତ ହେଲେ ରାଜ୍ୟ, ଦୃଢ଼ ହେବ ଭାରତ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆଜି ଆସାମର ଜନସାଧାରଣଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ସେ ବିଜେପି, ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ବିରୋଧୀ ନୀତି ଉପରେ ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଆଶ୍ଚର୍ଯ୍ୟଜନକ।

ଭାରତ ଯୋଡୋ ନ୍ୟାୟ ଯାତ୍ରା – ଆସାମରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗ

ଶ୍ରୀ ଗାନ୍ଧୀ କହିଛନ୍ତି, ମୋଦୀ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ରାଜ୍ୟକୁ ୫୦% ଟିକସ ପ୍ରଦାନ କରିବାକୁ ଦାବି କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ହେବା ମାତ୍ରେ ରାଜ୍ୟଗୁଡିକର ଅଂଶ କମାଇବା ଆରମ୍ଭ କରିଥିଲେ। ସେ ପ୍ରଶ୍ନ କରିଛନ୍ତି, ଜିଏସଟି କାହିଁକି ରାଜ୍ୟଗୁଡିକର ସମ୍ବଳ ଛଡ଼ାଇବା ପାଇଁ କେବଳ ଏକ ମାଧ୍ୟମ ପାଲଟିଛି? କଲ୍ୟାଣକାରୀ ଯୋଜନା ପାଇଁ ରାଜ୍ୟଗୁଡିକରେ ଯେଭଳି ଅର୍ଥ ନ ରହିବ ଓ ସବୁ ଯୋଜନାର କେନ୍ଦ୍ରବିନ୍ଦୁ କେବଳ ଜଣେ ବ୍ୟକ୍ତି ହୋଇପାରିବ, ସେ ନେଇ ଷଡଯନ୍ତ୍ର ହୋଇଛି।

ଦେଶ ଦେଖିବ ସକ୍ଷମ, ସଶକ୍ତ ଓ ଆତ୍ମନିର୍ଭରଶୀଳ ବାୟୁସେନା

ରାହୁଲ କହିଛନ୍ତି, ଆହୁରି ଚିନ୍ତାଜନକ ବିଷୟ ହେଉଛି ଯେ କୌଣସି ଗଣମାଧ୍ୟମ ଗୋଷ୍ଠୀ ଏହି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆବଶ୍ୟକତା ଅନୁଭବ କରିନାହାଁନ୍ତି। ସମ୍ବିଧାନ ଗଠନ ସମୟରେ ବାବା ସାହେବ ଆମ୍ବେଦକର ଏବଂ ସମ୍ବିଧାନ ସଭା ଏକ ଦୀର୍ଘ ଆଲୋଚନା ପରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଶକ୍ତି ବଣ୍ଟନ ସ୍ୱରୂପ ଦୃଢ଼ ସଂଘୀୟ ଢାଞ୍ଚା ଗଠନ କରିଥିଲେ। ସେ କହିଛନ୍ତି, ଆମର ନୀତି ସ୍ପଷ୍ଟ, ଏକ ଉନ୍ନତ ଭାରତର ମୂଳଦୁଆ କେବଳ ରାଜ୍ୟଗୁଡ଼ିକୁ ମଜବୁତ କରି ସେମାନଙ୍କୁ ନ୍ୟାୟ ଏବଂ ଅଧିକାର ପ୍ରଦାନ କରାଯାଇପାରିବ।

Comments are closed.