ଭାରତ ଯୋଡୋ ନ୍ୟାୟ ଯାତ୍ରା – ଆସାମରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗ

ଡେସ୍କ: ଗତକାଲି ଆସାମର ଜୋରହାଟରେ ଅନୁମୋଦିତ ମାର୍ଗରୁ ଅଲଗା ହୋଇଥିବା ଅଭିଯୋଗରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହାର ମୁଖ୍ୟ ସଂଗଠକ କେ.ବି ବାୟଜୁଙ୍କ ବିରୋଧରେ ଏତଲା ଦାଖଲ କରାଯାଇଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ ଅନୁମୋଦିତ ମାର୍ଗରେ ଯିବା ପରିବର୍ତ୍ତେ ଯାତ୍ରା ଏକ ଭିନ୍ନ ମୋଡ଼ ନେବାରୁ ସେଠାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମର ୧୭ଟି ଜିଲ୍ଲା ଦେଇ ଯିବ। ତେବେ ଏହାର ଜବାବରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଏହି ଯାତ୍ରା କେବଳ ଏକ ସ୍ୱତନ୍ତ୍ର ଶ୍ରେଣୀର ଲୋକଙ୍କ ପାଇଁ ଅଟେ। ସେ କହିଛନ୍ତି ଯେ ଆସାମର ଲୋକମାନେ ସବକା ସାଥ ଏବଂ ସବକା ବିକାଶ ନୀତିରେ ବିଶ୍ୱାସ କରନ୍ତି। ଶ୍ରୀ ଗାନ୍ଧୀ ଗତକାଲି ଅଭିଯୋଗ କରିଥିଲେ ଯେ ହିମନ୍ତ ବିଶ୍ୱ ଶର୍ମା ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ଚଳାଉଛନ୍ତି।

Comments are closed.