www.samajalive.in
Saturday, December 6, 2025
16.1 C
Bhubaneswar

ବଦଳିଲାନି ନିଷ୍ପତ୍ତି, ଅଗଷ୍ଟ ୧୭ରେ ଓଟିଇଟି ପରୀକ୍ଷା

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ଘୁଞ୍ଚାଇବା ଦାବି ହେଉଥିଲା।  କିନ୍ତୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ନିଷ୍ପତ୍ତିରେ ପରିବର୍ତ୍ତନ କରିନାହାନ୍ତି। ଅଗଷ୍ଟ ୧୭ରେ ରାଜ୍ୟରେ ଓଟିଇଟି ପରୀକ୍ଷା ହେବ ବୋଲି ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇଛି। ୪୩୦ କେନ୍ଦ୍ରରେ ୧ ଲକ୍ଷ ୪୧ ହଜାର ୨୭୮ ପରୀକ୍ଷା ଦେବେ। ସେଥିରୁ ପେପର-୧ ରେ ୩୪ ହଜାର ୧୧୬ ଏବଂ ପେପର- ୨ରେ ୧ ଲକ୍ଷ ୭ ହଜାର ୧୬୨ ପରୀକ୍ଷାର୍ଥୀ ରହିଛନ୍ତି। ପୂର୍ବାହ୍ଣ ୯ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ପେପର- ୧ ଏବଂ ଅପରାହ୍ଣ ୨ଟା ରୁ ୪ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ପେପରରେ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୭ ରେ ଓଟିଇଟି ଭଳି ବିଭିନ୍ନ ନିଯୁକ୍ତି ଓ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ରହିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦ୍ବାରା ଅଗଷ୍ଟ ୧୨ ରୁ ୨୦ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ସାକ୍ଷାତ୍‌କାର ପରୀକ୍ଷା, ରାଜ୍ୟ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟ ଅଧୀନରେ ବିଏଡ୍‌ କରୁଥିବା ପ୍ରାର୍ଥୀଙ୍କର ସିମେଷ୍ଟର ପରୀକ୍ଷା, ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ବହୁ ବିଶ୍ବବିଦ୍ୟାଳୟରେ ମଧ୍ୟ ପରୀକ୍ଷା ସେହିଦିନ ହେବାର ଅଛି। ଯେଉଁ ଆଶାୟୀ ଓଟିଇଟି ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପରୀକ୍ଷା ମଧ୍ୟ ଦେଉଛନ୍ତି। ତେଣୁ ଓଟିଇଟି ପରୀକ୍ଷା ଦେବେ କି ନାହିଁ ତାହା ଏବେ ପରୀକ୍ଷାର୍ଥୀଙ୍କ ନିମନ୍ତେ ଚିନ୍ତାର କାରଣ ପାଲଟିଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories