www.samajalive.in
Monday, December 15, 2025
16.1 C
Bhubaneswar

ଓ.ଟି.ଇ.ଟି ସାର୍ଟିଫିକେଟ ଜାଲିଆତି ପ୍ରସଙ୍ଗ ; ହରଭଙ୍ଗା ବ୍ଲକର ୨୨ ଠିକା ଗଣଶିକ୍ଷକଙ୍କୁ ବହିଷ୍କାର ନିର୍ଦ୍ଦେଶ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓ.ଟି.ଇ.ଟି)ସାର୍ଟିଫିକେଟ ଜାଲ ପ୍ରସଙ୍ଗରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ  ୨୨ଜଣ ଠିକା ଗଣ ଶିକ୍ଷକଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା-୨୫୨/୨୭/୦୧/୨୧ରେ ଜନ୍ମେଜୟ ଭବସାଗର (ବନ୍ଧାପଥରୟୁ.ପି.ଏସ) ,ଦିଲ୍ଲିପ କୁମାର ଭଞ୍ଜ (ନକୁଆନାଳି ପି.ଏସ), ସୁନନ୍ଦାମୟୀ ମିଶ୍ର (ଚମ୍ପାପୁର ପି.ଏସ), ନଳିନୀ ବିଶ୍ୱାଳ (କଳୋକଟା ଏନ.ୟୁ.ପି.ଏସ,), ରବିନ୍ଦ୍ର ପାତ୍ର (ପିପଲକଟା ପି.ୟୁ.ପି.ଏସ), ପ୍ରକାଶ ଚନ୍ଦ୍ର ସିଂ (ମୁଷାଢ ପି.ଏସ), ସତ୍ୟବାଦୀ ଚାଉଳିଆ(କମ୍ଭୁନାଥପୁର ପି.ଏସ), ସୁଜତା ସୁନ୍ଦରୀ ପାଣିଗ୍ରାହୀ(ହରଭଙ୍ଗା ପି.ଏସ), ଚିତରଂଜନ ମିଶ୍ର (ଯାଜପୁର ପି.ଏସ), ବିକାଶ କୁମାର ପ୍ରଧାନ(ପରଗଳପୁର ପି.ୟୁ.ପି.ଏସ), କୁମୁଦୁନୀ ବସ୍ତିଆ(ରତନପୁର ୟୁ.ପି.ଏସ), ପ୍ରମୋଦ କୁମାର ସାହୁ(ଭେଜିଗୁଡା ୟୁ.ଜି.ଏମ.ଇ), ରଶ୍ମିତା ମହାପାତ୍ର(ସାମ୍ପୋଚ୍ ୟୁ.ଜି.ୟୁ.ପି.ଏସ), ତପଶ୍ୱିନୀ ବିଶ୍ୱାଳ(ରାଧାନଗର ପି.ୟୁ.ପି.ଏସ), ତୁଳସୀ ଭୋଇ(ବାରବାଣୀ ପି.ଏସ), ଉମେଶ କୁମାର ମହାକୁଡ(ବାଘପାଲ୍ଲୀ ପି.ୟୁ.ପି.ଏସ), ଚନ୍ଦ୍ର ଶେଖର ରଥ(ବାଘପାଲ୍ଲୀ ପି.ୟୁପି.ଏସ), ବସନ୍ତ କୁମାର ହୋତା (ଖରଶଙ୍କୁଲେଇ ପି.ୟୁ.ପି.ଏସ), ଚକ୍ରଧର ଦୀପ(କଣ୍ଡରା ପି.ପି.ଏସ), ରଶ୍ମିତା ପତି(ବୀରନରସିଂହପୁର ପି.ୟୁ.ପି.ଏସ), ସୁଜାତା ସାହୁ (ତଳଗାଁ ଏନ.ଏଚ.ଏସ) ଏବଂ କ୍ରିଷ୍ଣା କୁମାରୀ ସାହୁ(ଚାରିଛକ  ୟୁ.ପି.ଏସ)ଭଳି ସ୍କୁଲଗୁଡିକରେ କାର୍ଯ୍ୟରତ ଥିବା ୨୨ ଠିକା ଗଣ ଶିକ୍ଷକଙ୍କୁ ବହିଷ୍କାର ନୋଟିସ ପଠାଯାଇଛି। ପତ୍ର ମାଧ୍ୟମରେ ଅଧିନସ୍ଥ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ସହିତ ଜିଲ୍ଲାପାଳ ବୌଦ୍ଧ ଡି.ପି.ସି ବୌଦ୍ଧ ଏବଂ ଏସ.ପି.ଡି /ଓସେପା ଭୂବନେଶ୍ୱରଙ୍କୁ ମଧ୍ୟ ଅବଗତ କରାଯାଇଥିବା ପତ୍ରରେ ଦର୍ଶାଯାଇଛି। ଶିକ୍ଷା ବିଭାଗର ଏଭଳି  ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନକୁ ଶିକ୍ଷାପ୍ରେମୀ ବୁଦ୍ଧିଜୀବୀ ମହଲରେ ଉଚ୍ଚପ୍ରଂଶସା କରାଯାଇଛି। ମାତ୍ର ଜାଲିଆତି ତାଲିକାରେ ରହିଥିବା ଆଉ ୯ଜଣ  ଠିକା ଗଣ ଶିକ୍ଷକଙ୍କୁ ସାବତ ପୁଅ ନ୍ୟାୟରେ ଘଂଟ ଘୋଡା ଯାଉଥିବା ଅଭିଯୋଗ ହେଉଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହେଉଛି। ଜାଲ ସାର୍ଟିଫିକେଟ ଚେର କେଉଁଠୁ ଜିଲ୍ଲାକୁ ଲମ୍ବିଛି ଏହି ରାକେଟରେ କିଏ କିଏ ସଂପୃକ୍ତ ଅଛନ୍ତି ଏହାର ଖୋଳତାଡ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ଜିଲ୍ଲାପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ନେଇ ସବୁ ମହଲରେ ଉତ୍ସକତା ଲାଗି ରହିଛି। ଅନ୍ୟପଟେ ବହିଷ୍କାର ଶିକ୍ଷକଙ୍କ ବିରୁଦ୍ଧରେ ମଧ୍ୟ ଫୋଜଦାରୀ ମାମାଲା କରାଯିବାକୁ ଶିକ୍ଷାପ୍ରେମୀ ମହଲରେ ଦାବି ହେଉଛି। ସୂଚନା ଥାଉ କି, ବୌଦ୍ଧ ଜିଲ୍ଲାରେ ୮୯ଜଣ ଠିକା ଗଣ ଶିକ୍ଷକଙ୍କ ଚାକିରି ନିୟମିତ ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରିଥିଲେ। ପ୍ରମାଣପତ୍ର ଯାଂଚ ବେଳେ ସେଥିରୁ ୪୯ଜଣ ଗଣ ଶିକ୍ଷକଙ୍କ ଓ.ଟି.ଇ.ଟି ସାର୍ଟିଫିକେଟ ଜାଲିଆତି ଥିବା ସନ୍ଦେହ ପଦାକୁ ଆସିଥିଲା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories