ବନ୍ୟା ପାଇଁ ଓଟିଇଟି ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବନ୍ୟା କାରଣରୁ ଟ୍ରେନ ଓ ବସ ଚଳାଚଳ ବଧାପ୍ରାପ୍ତ ହୋଇଥିଲା । ଯାହାଫଳରେ ୧୪ ଅଗଷ୍ଟରେ ହୋଇଥିବା ଓଟିଇଟି ପ୍ରବେଶୀକା ପରୀକ୍ଷାରୁ ବହୁୁ ପରୀକ୍ଷାର୍ଥୀ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ଅଗଷ୍ଟ ୫ ତାରିଖରୁ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ଚାଲିଛି । ଅଗଷ୍ଟ ୧୪ରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ମୁରିବାହାଲ ଏବଂ ତୁରେକେଲା ବ୍ଲକର ବହୁ ସଂଖ୍ୟାରେ ଛାତ୍ରଛୀତ୍ରୀଙ୍କ ପରୀକ୍ଷା ସମ୍ବଲପୁର ଆଇଟେକ ବୁଢାରାଜା ଠରେ ଥିଲା କିନ୍ତୁ ବଲାଙ୍ଗିରରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ବସ ଏବଂ ଟ୍ରେନ ଚଳାଚଳ ବାଧାପ୍ରାସ୍ତ ହୋଇଥିଲା । ଯାହା ଫଳରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନ ପାରିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷାରୁ ବଞ୍ଚିତ ହୋଇଥିବା ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଭାଗୀୟ କତ୍ତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଏକ ସୁଯୋଗ ଦେବା ପାଇଁ ଶିକ୍ଷାବିତ ଏବଂ ପରୀକ୍ଷାର୍ଥୀ ମାନେ ଦାବୀ କରୀଛନ୍ତି ।
Comments are closed.