www.samajalive.in
Monday, December 15, 2025
15.1 C
Bhubaneswar

ଆଣ୍ଠେଇଲେ, କାନମୋଡ଼ି ଚାପୁଡ଼ା ଖାଇଲେ ଆଶାୟୀ

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପ୍ରକ୍ରିୟାରେ ଟିଜିଟି ସଂସ୍କୃତ ପଦବୀ ପାଇଁ ମେଧା ତାଲିକା ପ୍ରକାଶ ପାଉନି। ସଂସ୍କୃତ ବ୍ୟତୀତ ଅନ୍ୟ ଟିଜିଟି ପଦବୀ ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ଟିଜିଟି ସଂସ୍କୃତ ପଦବୀ ପାଇଁ ମେଧା ତାଲିକା ପ୍ରକାଶରେ ବିଳମ୍ବ କରାଯାଉଥିବା ପ୍ରତିବାଦରେ ଶହ ଶହ ଆଶାୟୀ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ଆଗରେ ଆଶାୟୀ ଶିକ୍ଷକ ଧାରଣା ଦେବା ସହ ଅଭିନବ ପ୍ରତିବାଦ କରିଛନ୍ତି। ଆଣ୍ଠେଇବା ସହ କାନମୋଡ଼ି ଚାପୁଡ଼ା ଖାଇ ଧାରଣା ଦେଇଥିଲେ ଆଶାୟୀ।

ସେମାନଙ୍କ ଅଭିଯୋଗ ଅନୁସାରେ, ଗତ ମେ’ ୧୭ରେ ଏଲ୍‌ଟିଆର ଅନ୍ତର୍ଗତ ୭୨୯ ଟିଜିଟି ସଂସ୍କୃତ ଶିକ୍ଷକ ପଦ ପାଇଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ହେଲେ ଏଯାଏଁ ସେମାନଙ୍କ ମେଧା ତାଲିକା ବାହାରିନି। ଏହି ସଂସ୍କୃତ ଶିକ୍ଷକ ପରୀକ୍ଷାର୍ଥୀଙ୍କ ସହ ଏକ ସମୟରେ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ବି ପରୀକ୍ଷା ହୋଇଥିଲା। ବିଜ୍ଞାନ ଶିକ୍ଷକ ପରୀକ୍ଷାର୍ଥୀଙ୍କ ଫଳ ବାହାରି ଡକ୍ୟୁମେଣ୍ଟ ଯାଞ୍ଚ ସରିଲାଣି। ଏପରିକି ଆସନ୍ତା ୧୫ ତାରିଖରେ ସେମାନଙ୍କୁ ନିଯୁକ୍ତି ଦେବାକୁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି। ହେଲେ ସଂସ୍କୃତ ଶିକ୍ଷକ ପଦବୀ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ସରିଥିଲେ ବି ଏପର୍ଯ୍ୟନ୍ତ ଫଳ ବାହାରି ପାରୁନି। ଏପରି ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତିକୁ ବିରୋଧ କରି ଶତାଧିକ ଆଶାୟୀ ସଂସ୍କୃତ ଶିକ୍ଷକ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦୀର୍ଘ ସମୟ ପରେ ଓଏସ୍ଏସ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଶାୟୀ ଶିକ୍ଷକଙ୍କ ପ୍ରତିନିଧି ଦଳର ଆଲୋଚନା ହୋଇଥିଲା। ଏହି ଆଲୋଚନାରୁ କୌଣସି ନିଷ୍କର୍ଷ ନ ବାହାରିବାରୁ ଆନ୍ଦୋଳନ ଜାରି ରଖିଛନ୍ତି ଆଶାୟୀ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories