www.samajalive.in
Friday, December 5, 2025
26.1 C
Bhubaneswar

‘ହକ୍‌’ ଚଳଚ୍ଚିତ୍ରର ମୁକ୍ତିଲାଭକୁ ହାଇକୋର୍ଟଙ୍କ ଅନୁମତି

ଭୋପାଳ: ଇମ୍ରାନ ହାସ୍‌ମି ଓ ୟାମି ଗୌତମ ଅଭିନୀତି ହିନ୍ଦୀ ଚଳଚ୍ଚିତ୍ର ‘ହକ୍‌’ର ମୁକ୍ତିଲାଭକୁ ବିରୋଧ କରି ଶାହ ବାନୋ ବେଗମଙ୍କ ଝିଅ ସିଦ୍ଦିକା ବେଗମ ଯେଉଁ ପିଟିସନ ଦାଏର କରିଥିଲେ, ତାହାକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୁରୁବାର ଖାରଜ କରିଦେଇଛନ୍ତି। ଶୁକ୍ରବାର (ନଭେମ୍ବର ୭) ଚଳଚ୍ଚିତ୍ରଟି ମୁକ୍ତିିଲାଭ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କଟକଣା ଲାଗୁ କରିବା ଅଯୁକ୍ତିକର ବୋଲି ହାଇକୋର୍ଟ କହିଛନ୍ତି। ସିଦ୍ଦିକା ଅତିକମରେ ଏକ ମାସ ପୂର୍ବରୁ ଆବେଦନ କରିବା ଉଚିତ ହୋଇଥାନ୍ତା ବୋଲି ହାଇକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଏହି ଚଳଚ୍ଚିତ୍ରରେ ଶାହ ବାନୋଙ୍କ ବ୍ୟକ୍ତିଗତ ଓ ବୈବାହିକ ଜୀବନକୁ ଅତିରଞ୍ଜିତ କରି ଉପସ୍ଥାପନ କରାଯାଇଛି ବୋଲି ସିଦ୍ଦିକା ପିଟିସନରେ ଅଭିଯୋଗ କରିଛନ୍ତି। ବ୍ୟାବସାୟିକ ସଫଳତା ପାଇବାକୁ ନିର୍ମାତା ଏହି ଚଳଚ୍ଚିତ୍ରର ବିଷୟବସ୍ତକୁ ଅତ୍ୟଧିକ ନାଟକୀୟ ଢଙ୍ଗରେ ଉପସ୍ଥାପନ କରିଥିବାବେଳେ ତାଙ୍କ ମାଆଙ୍କ ଆଇନଗତ ଲଢେଇକୁ ନ୍ୟୁନ କରାଯାଇଛି ବୋଲି ସିଦ୍ଦିକା ଅାପତ୍ତି ଜଣାଇଛନ୍ତି। ଅପରପକ୍ଷରେ ‘ବାନୋ: ଭାରତ କୀ ବେଟି’ ପୁସ୍ତକର ବିଷୟବସ୍ତୁକୁ ଚଳଚ୍ଚିତ୍ରରେ ଉପସ୍ଥାପନ କରାଯାଇଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ (ବହୁ ଚର୍ଚ୍ଚିତ ଶାହା ବାନୋ ମାମଲା)କୁ ପ୍ରେରଣାଭାବେ ଗ୍ରହଣ କରାଯାଇଛି ବୋଲି ଚଳଚ୍ଚିତ୍ରର ନିର୍ମାତା କହିଛନ୍ତି। ଶାହ ବାନୋ ୧୯୩୨ରେ ମଧ୍ୟପ୍ରଦେଶର ଇନ୍ଦୋର ସହରେ ମହମ୍ମଦ ଅହମ୍ମଦ ଖାନ ନାମକ ଜଣେ ଆଇନଜୀବୀଙ୍କୁ ବିବାହ କରିଥିଲେ। ସେମାନଙ୍କର ପାଞ୍ଚଜଣ ସନ୍ତାନ ଥିଲେ। ବିବାହର ୧୪ ବର୍ଷ ପରେ ମହମ୍ମଦ ଆଉ ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। କିଛି ବର୍ଷ ଦୁଇ ସଉତୁଣି ଏକାଠି ରହିଥିଲେ। ଶାହ ବାନୋଙ୍କୁ ୬୨ ବର୍ଷ ବୟସ ହୋଇଥିବାବେଳେ ମହମ୍ମଦ ତାଙ୍କୁ ଛାଡପତ୍ର ଦେଇଥିଲେ। ଶାହ ବାନୋଙ୍କୁ ଭରଣ ପୋଷଣ ବାବଦରେ ମାସିକ ୨୦୦ ଟଙ୍କା ଦେଉଥିବାବେଳେ ମହମ୍ମଦ ୧୯୭୮ରେ ଏହାକୁ ବନ୍ଦ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ଶାହ ବାନୋ ମାସିକ ୫୦୦ ଟଙ୍କା ଦାବି କରି ଇନ୍ଦୋରସ୍ଥିତ ଏକ ଅଦାଲତରେ ମହମ୍ମଦଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ମାମଲା ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

- Advertisement -

ସୁପ୍ରିମକୋର୍ଟ ଶାହ ବାନୋଙ୍କ ସପକ୍ଷରେ ରାୟ ଦେଇଥିବାବେଳେ କେତେକ ମୁସଲିମ ସଂଗଠନ ଏହାକୁ ବିରୋଧ କରିଥିଲେ। ଏପରିକି ୧୯୮୬ରେ ତତ୍କାଳୀନ କଂଗ୍ରେସ ସରକାର ‘ମୁସଲିମ ୱିମେନ (ପ୍ରୋଟେକ୍‌ସନ ଅଫ୍‌ ରାଇଟ୍‌ସ ଅନ୍‌ ଡାଇଭୋର୍ସ) ଆଇନ କାର୍ଯ୍ୟକାରୀ କରିବା ଫଳରେ ସୁପ୍ରିମକୋର୍ଟଙ୍କ ରାୟ ଅକାମୀ ହୋଇପଡିଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ଆଇନକୁ ରଦ୍ଦ କରିବା ସହ ଶାହ ବାନୋଙ୍କ ସପକ୍ଷରେ ରାୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏକାଧିକ ଗୁରୁତ୍ବପୂର୍ଣ୍ଣ ରାୟ ମଧ୍ୟରେ ଶାହ ବାନୋ ମାମଲା ଅନ୍ୟତମ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories