ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ଜଳଛତ୍ର ଉଦଘାଟିତ

ଗଞ୍ଜାମ:ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ସହର ନିକଟରେ ଅବସ୍ଥିତ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଅଗସ୍ତି ନୂଆଗାଁ ଛକ ନିକଟରେ ଏକ ଜଳଛତ୍ର ଆଜିଠାରୁଆରମ୍ଭ ହୋଇଛି। ବାଟାଲିୟନ କମାଣ୍ଡେଣ୍ଟ ସୂର୍ୟ୍ୟନାରାୟଣ ମଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହାପରେ ପଥଚାରୀ ମାନଙ୍କୁ ଦହି ଓ ଲେମ୍ବୁ ମିଶ୍ରିତ ପଣା ବଣ୍ଟନ କରାଯାଇଥିଲା। ଏହା ଆସନ୍ତା ଜୁଲାଇ ମାସ ରଜ ସଂକ୍ରାନ୍ତି ପଯ୍ୟନ୍ତ ଚାଲିବ ବୋଲି ବାଟାଲିୟନ ପକ୍ଷରୁ ସୂଚନା ମିଳିଛି।

ଡେପୁଟି କମାଣ୍ଡେଣ୍ଟ ସୁନୀଲ କୁମାର ବେହେରା,ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲକ୍ଷ୍ମୀ ନାରାୟଣ ବେହେରା, ଅରୁଣ କୁମାର ସାହୁ,ଜ୍ୟୋତି ରଞ୍ଜନ ନାୟକ, ଡେପୁଟି ସୁବେଦାର ପି.କେ ତ୍ରିପାଠୀ, ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ ପ୍ରମୁଖ ଙ୍କ ସହ ଅଫିସର ଓ ସଙ୍ଘ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Comments are closed.