www.samajalive.in
Saturday, December 6, 2025
26.1 C
Bhubaneswar

‘ମୃତ୍ୟୁ ପରେ ବଞ୍ଚି ରହିବାର ମାଧ୍ୟମ ହେଉଛି ଅଙ୍ଗଦାନ’

ନାକଟିଦେଉଳ: ମୃତ୍ୟୁ ପରେ ବି ଜୀବନ ବଞ୍ଚି ରହିବାର ଏକମାତ୍ର ମାଧ୍ୟମ ହେଉଛି ଅଙ୍ଗଦାନ। କେବଳ ସେତିକି ନୁହେଁ, ମୃତ୍ୟୁ ପରେ ମଧ୍ୟ କେହି ଜଣେ ଅକ୍ଷମ ବ୍ୟକ୍ତିଙ୍କୁ ସକ୍ଷମ କରିହେବ ଏଭଳି ଉଦ୍ୟମ ବଳରେ। ତେଣୁ ନିଃସ୍ଵାର୍ଥପର ସେବା ମାଧ୍ୟମରେ ଏଭଳି ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ ବୋଲି ସରାପାଲିସ୍ଥିତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ଅନୁଷ୍ଠିତ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଛି । ସରାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡଃ. ପ୍ରଶାନ୍ତ କୁମାର ଦାଶ ମୁଖ୍ୟଅତିଥି ଓ ନୂଆଦିଲ୍ଲୀସ୍ଥିତ ଭାରତୀ ୟୋଡା କ୍ଳବ୍ର ସଭାନେତ୍ରୀ ରୋଜାଲିନ ଦାଶ ସାଧନକର୍ମୀ ଭାବେ ଯୋଗଦେଇ ଅଙ୍ଗଦାନର ମହତ୍ତ୍ଵ ଓ ଆବଶ୍ୟକତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀନିବାସର ୧୮୦ ଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ରଶ୍ମିରେଖା ସାହୁ ଓ ରିତାରାଣୀ ପ୍ରଧାନ ସହଯୋଗ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories