www.samajalive.in
Sunday, December 7, 2025
14.1 C
Bhubaneswar

ଇଭିଏମ୍‍ ପ୍ରସଙ୍ଗରେ ବିରୋଧୀ ଦଳଙ୍କ ବୈଠକ, ଯୋଗଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିଂ ଭୋଟିଂ ମେଶିନ୍‍ (ଇଭିଏମ୍‍) ହ୍ୟାକ ଏବଂ ରାଗିଂ ପ୍ରସଙ୍ଗକୁ ନେଇ ଶୁକ୍ରବାର ନୂଅଦିଲ୍ଲୀଠାରେ ବିରୋଧୀ ଦଳର ଶୀର୍ଷ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନ୍‍ସିପି ଅଧ୍ୟକ୍ଷ ଶରଦ ପାୱାର, ଟିଡିପି ଏନ୍‍.ଚନ୍ଦ୍ରବାବୁ ନାଇଡୁ, ଏସ୍‍ପି ନେତା ରାମଗୋପାଳ ଯାଦବ, ଟିଏମ୍‍ସି ନେତା ଡେଡେକ ଓବ୍ରାୟନ, ନ୍ୟାନସନାଲ କନଫ୍ରେନ୍ସ ନେତା ଉମର ଅବଦୁଲା, ବିଏସ୍‍ପି ନେତା ସତୀଶ ଚନ୍ଦ୍ର ମିଶ୍ରା, ଡିଏମ୍‍କି ନେତ୍ରୀ କାନିମୋଝୀ, ସିପିଆଇ ନେତା ଡି.ରାଜା, ସିପିଆଇ(ଏମ୍‍) ନେତା ମହମ୍ମଦ ସଲୀମ ଏବଂ ଟିକେ ରଙ୍ଗରାଜନ, ଆରଜେଡି ନେତା ମୋନଜ ଝା’, ଆମ ଆଦମୀ ପାର୍ଟି ନେତା ସଂଜୟ ସିଂହ ଏବଂ ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀ ଯୋଗ ଦେଇଥିଲେ। ଏମାନଙ୍କ ସହ ଆରଏସ୍‍ପି ନେତା ଏନ୍‍.କେ ପ୍ରେମଚନ୍ଦ୍ରନ, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଅଶୋକ କୁମାର ସିଂହ, ହମ ନେତା ଜତିନ ରାମ ମାଝୀ, ଟଜିଏସ୍‍ରୁ ପ୍ରଫେସର କୋଡାନ୍ଦରାମ ଏଥିରେ ସାମିଲ ହୋଇଥିଲେ। କଂଗ୍ରସର ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ଅହମଦ ପଟେଲ, ଗୁଲାମ ନବୀ ଆଜାଦ, ମଲ୍ଲିକାର୍ଜୁନ ଖଡଗେ ଏବଂ ଏକେ ଆଣ୍ଟୋନି ଏଥିରେ ଯୋଗଦେଇ ନିଜ ମତ ରଖିଥିଲେ। ଆସନ୍ତା ଲୋକସଭା ନିର୍ବାଚନ ଇଭିଏମ୍‍ରେ ନକରି ବାଲାଟ ପେପର ମାଧ୍ୟମରେ କରିବାକୁ ସମସ୍ତେ ଯୁକ୍ତି ଉପସ୍ଥାପନ କରିଥିଲେ। ଏନେଇ ନିର୍ବାଚନ କମିଶନକୁ ଜଣାଇବା ସହ ଦାବି ରଖିବାକୁ ସହମତି ପ୍ରକାଶ ପାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories