ନୂଆଦିଲ୍ଲୀ : ଓପୋ ରେନୋ ୧୪ ସିରିଜ୍ରେ ଖୁବ୍ ଶୀଘ୍ର ଆଉ ଏକ ଫୋନ୍ ଲଞ୍ଚ ହେବାକୁ ଯାଉଛି । କମ୍ପାନୀ ଦୀର୍ଘ ସମୟ ପରେ ରେନୋ ସିରିଜ୍ରେ ଏଫ୍ ମଡେଲ୍ ଆଣିବାକୁ ଯାଉଛି । ଏହା ପୂର୍ବରୁୁ ଓପୋ ରେନୋ ୨ଏଫ୍କୁ ଲଞ୍ଚ କରି ସାରିଛି । ଏବେ କମ୍ପାନୀ ଅନେକ ବର୍ଷ ପରେ ରେନୋ ୧୪ଏଫ୍ଏସ ଲଞ୍ଚ କରିବ । ଏହି ଫୋନ୍ଟି ୨ ରଙ୍ଗ ବିକଳ୍ପରେ ଗ୍ରୀନ୍ ଓ ବ୍ଲୁରେ ଲଞ୍ଚ କରାଯିବ । ଜାଣନ୍ତୁ ଏହି ଫୋନ୍ର ଦାମ୍ ଓ ଜବରଦସ୍ତ ଫିଚର ବିଷୟରେ..
ରିପୋର୍ଟ ଅନୁସାରେ ଓପୋର ଏହି ଫୋନ୍ ୧୨ ଜିବି ର୍ୟାମ୍ ଓ ୫୧୨ ଜିବି ଷ୍ଟୋରେଜ୍ ସହ ଆସୁଛି । ଏହି ଫୋନ୍ ୪୫୦ ୟୁରୋ ଅର୍ଥାତ୍ ପ୍ରାୟ ୪୫,୭୦୦ ଟଙ୍କାର ଆରମ୍ଭ ଦାମ୍ରେ ଲଞ୍ଚ କରାଯିବ ।
ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍, ମିଳିବ ଏସବୁ ଖୁସି
ଏହି ଫୋନ୍ରେ ୬.୫୭ ଇଞ୍ଚର AMOLED ଡିସ୍ପ୍ଲେ ମିଳିବ । ଫୋନ୍ର ଡିସ୍ପ୍ଲେ ୧୨୦ ଏଚଜେଡ୍ ଉଚ୍ଚ ରିଫ୍ରେସ୍ ରେଟ୍କୁ ସପୋର୍ଟ କରିପାରେ । ଫୋନ୍ର ଡିସ୍ପ୍ଲେରେ ପଞ୍ଚ-ହୋଲ୍ ଡିଜାଇନ୍ ଦିଆଯିବ । ଏହି ଫୋନ୍ରେ Qualcomm Snapdragon 6 Gen 4 ପ୍ରୋସେସର ମିଳିବ । ଏହି ଫୋନ୍ ଆଣ୍ଡରଏଡ୍ ୧୫ ଉପରେ ଆଧାରିତ ColorOS 15 ମିଳି ପାରେ ।
ଏହି ଫୋନ୍ ୫୦ ଏମପିର ସୋନିଆଇଏମX୮୮୨ ପ୍ରାଇମେରି ସେନ୍ସର୍ ସହ ଆସିଥାଏ । ଏହାସହ ଏକ ୮ ଏମପିର ଅଲ୍ଟ୍ରା ବାଇଡ୍ ଓ ୨ ଏମପିର ମାଇକ୍ରୋ କ୍ୟାମେରା ମିଳିବ । ସେଲଫି ଓ ଭିଡିଓ କଲିଙ୍ଗ୍ ପାଇଁ ଏଥିରେ ୩୨ଏମପିର କ୍ୟାମେରା ମିଳିବ । ଏହି ଫୋନ୍ ଜେମିନି ଏଆଇ ଉପରେ ଆଧାରିତ ଫିଚର ସହ ଲଞ୍ଚ କରାଯିବ ।
ଏହି ଫୋନ୍ରେ ୬,୦୦୦ ଏମଏଏଚ ବ୍ୟାଟେରୀ ମିଳିବ । ଏହାସହ ୪୫ ୱାଟ୍ ଫାଷ୍ଟ ଚାର୍ଜିଙ୍ଗ୍ ଫିଚର ଦିଆଯିବ । ଏହି ଫୋନ୍ ଆଇପି୬୯ ରେଟେଡ୍ ହେବ । ଯାହା ପାଣି ଓ ଧୂଳି ମାଟିରୁ ଏହା ସୁରକ୍ଷିତ ରଖିବ ।
ବିରୋଧୀଙ୍କ ହଟ୍ଟଗୋଳ; ବର୍ଷିଲେ ବାଚସ୍ପତି, କହିଲେ ମର୍ଯ୍ୟାଦା ରକ୍ଷା କରନ୍ତୁ..
ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ବାଇକ୍ ଆରୋହୀଙ୍କ ଉପରେ ଝାମ୍ପ ମାରିଲା ବାଘ..



