www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା

ଭୁବନେଶ୍ଵର:  ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା ହୋଇଛି। ୪ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ରାଜ୍ୟ, ଜିଲ୍ଲା ଓ ବ୍ଲକ ୩ଟି ସ୍ତରରେ ଏହି ପୁରସ୍କାର ଦିଆଯିବ। ମନରେଗା, ସ୍ଵଚ୍ଛତା , ଜଳ ଜୀବନ ମିଶନ, ସୁଶାସନ , ଦକ୍ଷତା ବିକାଶ , ଅନଲାଇନ୍ ଅଡିଟରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଆଧାରରେ ଏହି ପୁରସ୍କାର ସବୁ ପ୍ରଦାନ କରାଯିବ। ରାଜ୍ୟସ୍ତରରୁ ବ୍ଲକ ଯାଏଁ ୨୫ ଲକ୍ଷ ଟଙ୍କା ଅର୍ଥ ରାଶିରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ପ୍ରଦାନ କରାଯିବ। ଜିଲ୍ଲାସ୍ତରରେ ପ୍ରତ୍ୟେକ ଜିଲ୍ଲାରେ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ଦେଖାଇଥିବା ଟପ୍ ୩ ଗ୍ରାମ ପଞ୍ଚାୟତ ମାନେ ପ୍ରାଥମିକ ଅର୍ଥ ରାଶି ପୁରସ୍କାର ପାଇବେ। ପ୍ରଥମକୁ ୧୫ ଲକ୍ଷ, ଦ୍ଵିତୀୟକୁ ୧୦ ଲକ୍ଷ ଏବଂ ତୃତୀୟକୁ ୫ ଲକ୍ଷର ରାଶି ପ୍ରଦାନ କରାଯିବ। ପ୍ରତ୍ୟେକ ବ୍ଲକ ସ୍ତରରେ ଟପ୍ ୩ ଗ୍ରାମ ପଞ୍ଚାୟତ ମାନେ ସ୍ମାରକ କୃତଜ୍ଞତା ପତ୍ର ପାଇବେ। ପୁରସ୍କାର ବାବଦରେ ପ୍ରଥମକୁ ୩ ଲକ୍ଷ , ଦ୍ଵିତୀୟକୁ ୨ ଲକ୍ଷ ଓ ତୃତୀୟକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ରାସ୍ତାଘାଟ, ପାନୀୟ ଜଳ, ଡିଜିଟାଲ କ୍ଷେତ୍ରରେ ଅନଲାଇନ୍ ବ୍ୟବସ୍ଥା ସୁଦୃଢ କରିବେ। ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରିବେ। ଅଙ୍ଗନବାଡି କେନ୍ଦ୍ର ର ମରାମତିକୁ ଗୁରୁତ୍ଵ ଦେବେ। ଖେଳ ପଡିଆ ଓ ଖେଳ ସାମଗ୍ରୀର ଉନ୍ନତି ଆଦିକୁ ଗୁରୁତ୍ଵ ଦିଆଯିବ। ଜନତାଙ୍କୁ ଉତ୍ତମ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ବାଚିତ ହୋଇଥିବା ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ପଞ୍ଚାୟତର ସାମାଜିକ କର୍ମୀଙ୍କର ମଧ୍ୟ ଗୁରୁଦାୟିତ୍ଵ ରହିଛି ବୋଲି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories