www.samajalive.in
Tuesday, December 9, 2025
26.1 C
Bhubaneswar

ଓପିଜିସି ୟୁନିଟ ୧ରୁ ବିଦ୍ୟୁତ ଉତ୍ପାଦନ ବ୍ୟାହତ

ଲଖନପୁର/ଇବଥର୍ମାଲ: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବନହରପାଲି ସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଇବଥର୍ମାଲ ପ୍ଲାଣ୍ଟର ୟୁନିଟ ପ୍ରଥମରୁ ବଏଲର ଟ୍ୟୁବ ଲିକେଜ୍ ହେବା ଫଳରେ ବିଦ୍ୟୁତ ଉତ୍ପାଦନ ବ୍ୟାହତ ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ, ବନହରପାଲିସ୍ଥିତ ଓପିଜିସି ପ୍ଲାଣ୍ଟରେ ମୋଟ ୪ଟି ୟୁନିଟ୍ ରହିଥିବା ବେଳେ ସମସ୍ତ ୟୁନିଟ କାର୍ଯ୍ୟକ୍ଷମ ହେଲେ ଏଥିରୁ ମୋଟ ୧୭୪୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇଥାଏ।

ତେବେ ଶନିବାର ସକାଳ ପ୍ରାୟ ୮ଟା ୫୪ ମିନିଟରେ ଓପିଜିସି ୟୁନିଟ-୧ର ବଏଲର ଟ୍ୟୁବ ଲିକେଜ୍ ହୋଇ ଯାନ୍ତ୍ରିକ ସମସ୍ୟା ସୃଷ୍ଟି ହେବା ଫଳରେ କେବଳ ଏଥିରୁ ଉତ୍ପାଦନ ହେଉଥିବା ୨୧୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏନେଇ ଓପିଜିସିର ଏଚ୍ଆର ପ୍ରଶାସନିକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଚିତ୍ତରଞ୍ଜନ ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କାର୍ଯ୍ୟ କରାଯାଇ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହି ସମସ୍ୟା ଦୂର ହେବ। ପୂର୍ବରୁ ଓପିଜିସି ୟୁନିଟ-୨ରେ ନିକଟରେ ଏକାଧିକ ଥର ଯାନ୍ତ୍ରିକ ସମସ୍ୟା ହେବା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ କ୍ରମାଗତ ଭାବରେ ବାଧାପ୍ରାପ୍ତ ହୋଇଥିଲା।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories