www.samajalive.in
Sunday, December 14, 2025
16.1 C
Bhubaneswar

ଫଳପ୍ରଦ ହେଉନି ଅନ୍‌ଲାଇନ୍‌ ଶିକ୍ଷା, ଗ୍ରାମାଞ୍ଚଳରେ ୬୦ ଭାଗ ଛାତ୍ରଛାତ୍ରୀ ପାଠପଢାରୁ ବଞ୍ଚିତ

ଭୁବନେଶ୍ବର : କରୋନାକୁ ନେଇ ଉପୁଜିଥିବା ସ୍ଥିତି ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିଛି। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ସବୁ ବିଦ୍ୟାର୍ଥୀ ଅନ୍‌ଲାଇନ୍‌ ପାଠପଢାର ସୁବିଧା ପାଇପାରୁ ନାହାନ୍ତି। ତେବେ ଏହି ପାଠପଢାରୁ ଶତପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହୋଇପାରୁ ନଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ଇଣ୍ଟରନେଟ୍‌ ବାଧକ ସାଜୁଥିବାବେଳେ କିଛି ବିଦ୍ୟାର୍ଥୀଙ୍କ ନିକଟରେ ସ୍ମାର୍ଟଫୋନ୍‌ ନଥିବାରୁ ସେମାନେ ପାଠପଢି ପାରୁନାହାନ୍ତି। ସହାରାଞ୍ଚଳରେ ଅନ୍‌ଲାଇନ୍‌ ଶିକ୍ଷାକୁ କିଛିମାତ୍ରାରେ ସଫଳତା ମିଳୁଥିବାବେଳେ ଗ୍ରାମାଞ୍ଚଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି।
ଅନୁସନ୍ଧାନରୁ ଜଣାପଡ଼ିଛି, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପ୍ରାୟ ୮୦ % ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପାଠପଢାରେ ଭାଗ ନେଇଛନ୍ତି। ଗୁଗଲ୍‌ କ୍ଲାସ୍‌ ରୁମ୍‌, ମାଇେକ୍ରାସଫ୍ଟ ଟିମ୍ସ ସମେତ ବିଭିନ୍ନ ଆପ୍‌ରେ ଅନ୍‌ଲାଇନ୍‌ ପାଠପଢାଯାଇଛି। ତେବେ ବହୁ ବିଭାଗର ଅଧ୍ୟାପକ ନଥିବାବେଳେ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇ ନଥିବାରୁ ପାଠପଢାରେ କିଛିଟା ସମସ୍ୟା ଦେଖାଦେଇଛି। ଅନ୍ୟପକ୍ଷରେ ପ୍ରାୟ ୨୦ %ରୁ ଅଧିକ ଛାତ୍ରୀ ଅନ୍‌ଲାଇନ୍‌ ପାଠପଢାରୁ ବଞ୍ଚିତ ହେଉଛନ୍ତି। ମହର୍ଷି କଲେଜ୍‌ ଅଫ୍‌ ନ୍ୟାଚୁରାଲ ଲ’ରେ ପ୍ରାୟ ୬୦ % ବିଦ୍ୟାର୍ଥୀ ଅନ୍‌ଳାଇନ୍ ପାଠପଢୁଛନ୍ତି। ସେହିପରି କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପ୍ରାୟ ୮୫% ଛାତ୍ରୀ ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି। ମୁଖ୍ୟତଃ ନୃତତ୍ତ୍ବ, ଉର୍ଦୁ ଓ ବାଣିଜ୍ୟ ଭଳି ବିଭାଗ ଛାତ୍ରୀ ଅନ୍‌ଲାଇନ୍‌ ପାଠରୁ ବଞ୍ଚିତ ହେଉଛନ୍ତି। ଏହିସବୁ ବିଭାଗରେ ସ୍ଥାୟୀ ଅଧ୍ୟାପକ ନଥିବାବେଳେ ଅତିଥି ଅଧ୍ୟାପକରେ କାମ ଚାଲିଥାଏ। ତେବେ ଚଳିତ ବର୍ଷ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜୁଛି। ରାଜଧାନୀରେ ଥିବା ମହର୍ଷି କଲେଜ ଅଫ୍‌ ନେଚୁରାଲ ଲ’ରେ ପ୍ରାୟ ୬୦ % ଛାତ୍ରଛାତ୍ରୀ ଅନ୍‌ଳାଇନ୍‌ରେ ପାଠପଢୁଛନ୍ତି। ବହୁ ବିଦ୍ୟାର୍ଥୀଙ୍କ ନିକଟରେ ମୋବାଇଲ ଓ ସ୍ମାର୍ଟ ଫୋନ୍‌ ନଥିବାରୁ ସେମାନ ପାଠପଢାରୁ ବଞ୍ଚିତ ହେଉଛନ୍ତି। ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମାର୍ଚ୍ଚରେ ୫୦ % ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଢୁଥିବାବେଳେ ଏବେ ଏହା ୮୦%ରେ ପହଞ୍ଚିଛି।
ସବୁ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ସଙ୍କଟ ଦେଖାଦେଇଥିବାବେଳେ ଚଳିତ ବର୍ଷ ଅତିଥି ଅଧ୍ୟାପକ ଏଯାବତ୍‌ ନିଯୁକ୍ତ ହୋଇନାହାନ୍ତି। ପାଠପଢାବେଳେ ଇଣ୍ଟରନେଟ୍‌ରେ ସମସ୍ୟା ଦେଖାଦେଇଥିବାବେଳେ ଏହାର ଦର ମଧ୍ୟ ଅଧିକ ରହିଛି। ମୁଖ୍ୟତଃ ଅଧ୍ୟାପକଙ୍କ କଥା ବିଦ୍ୟାର୍ଥୀ ଶୁଣିପାରୁନାହାନ୍ତି। ଏହାଦ୍ବାର ସବୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଅଧିକ ସମୟ ପଢିପାରୁନାହାନ୍ତି। ସହରାଞ୍ଚଳରେ ହାରହାରି ୭୫ % ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଢୁଥିବାବେଳେ ୨୫ % ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ତେମେ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୪୦ % ରହିଥିବାବେଳେ ୬୦ % ବିଦ୍ୟାର୍ଥୀ ଅନ୍‌ଲାଇନ୍‌ ପାଠପଢିପାରୁ ନାହାନ୍ତି। ମୁଖ୍ୟତଃ ବିଦ୍ୟାର୍ଥୀଙ୍କ ପାଖରେ ସ୍ମାର୍ଟଫୋନ୍‌ ଓ ଲାପଟପ୍‌ ନଥିବାବେଳେ ଇଣ୍ଟରନେଟ୍‌ ସୁବିଧା​‌ ମଧ୍ୟ ମିଳୁନି।
ସେମାନଙ୍କ ମତରେ
ବିଦ୍ୟାର୍ଥୀଙ୍କର ଅନ୍‌ଲାଇନ୍‌ ପାଠପଢା ପ୍ରତି ଆଗ୍ରହ ବଢୁଛି। ଅଧିକାଂଶ ବିଦ୍ୟାର୍ଥୀ ଅନ୍‌ଲାଇନ୍‌ରେ ପଢୁଥିବାବେଳେ କିଛି ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ବିଶ୍ବବିଦ୍ୟାଳୟ ଖୋଲିବା ପରେ ସବୁ ବିଦ୍ୟାର୍ଥୀଙ୍କୁ ଆରମ୍ଭରୁ ପଢାଯିବ।
-ପ୍ରଫେସର ଗୋବିନ୍ଦ ଚକ୍ରପାଣି, କୁଳପତି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଅନୁସାରେ ସମୟ ସାରଣୀ ମୁତାବକ ପାଠପଢାଯାଇଛି। କିଛି ଛାତ୍ରୀଙ୍କର ଇଣ୍ଟରନେଟ୍‌ ଓ ସ୍ମାର୍ଟ ଫୋନ୍‌ ନଥିବାରୁ ସେମାନେ ପଢିପାରୁନାହାନ୍ତି।
-ପ୍ରଫେସର ସସ୍ମିତା ମହାନ୍ତି, ପିଜି କାଉନସିଲ ଅଧ୍ୟକ୍ଷା, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ
ଅନ୍‌ଲାଇନ୍‌ରେ ବିଦ୍ୟାର୍ଥୀଙ୍କ ଉପସ୍ଥାନ ବଢୁଛି। ସମୟ ସାରଣୀ ଅନୁସାରେ ପାଠପଢାଯାଇଛି । କିଛି ବିଭାଗରେ ଅଧ୍ୟାପକ ନଥିବା ଅତିଥି ଅଧ୍ୟାପକଙ୍କ ଉପରେ ବିଭାଗ ନିର୍ଭରଶୀଳ। ଚଳିତ ବର୍ଷ ଅତିଥି ଅଧ୍ୟାପକ ଯୋଗଦେଇ ନଥିବାରୁ କିଛିଟା ସମସ୍ୟା ହେଉଛି।
-ଡ.ନିରଞ୍ଜନ ପତି, ଅଧ୍ୟକ୍ଷ, ଶୈଳବାଳା ମହିଳା ମହାବିଦ୍ୟାଳୟ
ନିୟମିତ ଭାବେ ଆମ ମହାବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ପାଠପଢାଯାଇଛି। ଅଧ୍ୟାପକ ଆବଶ୍ୟକସ୍ଥଳେ ଘରେ ରହି ମଧ୍ୟ କ୍ଲାସ୍‌ ନେଇଛନ୍ତି। ଧୀରେଧୀରେ ବିଦ୍ୟାର୍ଥୀଙ୍କର ଉପସ୍ଥାନ ବଢୁଛି। ତେବେ ଶ୍ରେଣୀଗୃହରେ ପାଠପଢା ଜାଗା ଅନ୍‌ଲାଇନ୍‌ ନେଇପାରିବନି।
-ଡ.ବିଜୟ କୁମାର ବାରିକ, ଅଧ୍ୟକ୍ଷ, ମହର୍ଷି କଲେଜ
ଗ୍ରାମାଞ୍ଚଳରେ ଥିବା ସାଙ୍ଗ ନେଟ୍ବୱାର୍କ ସମସ୍ୟା ଓ ଫୋନ୍‌ ନଥିବାରୁ ଅନ୍‌ଲାଇନ୍‌ରେ ପଢି ପାରୁନାହନ୍ତି। ବହୁ ଅଧ୍ୟାପକ ଅନ୍‌ଲାଇନ୍‌ ପାଠ ସହ ଅଭ୍ୟସ୍ତ ନଥିବାରୁ ପାଠପଢାବେଳେ ସମସ୍ୟା ହେଉଛି। କିଛି ବିଭାଗରେ ଅଧ୍ୟାପକ ନଥିବାରୁ ପାଠପଢା ହୋଇପାରୁନି।
-ସୁପ୍ରୀତି ନାଥ ଶର୍ମା, ଛାତ୍ରୀ, ଶୈଳବାଳା ମହିଳା ମହାବିଦ୍ୟାଳୟ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories