ଡେସ୍କ: ପିଆଜ ରପ୍ତାନି ଉପରେ କଟକଣା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କେନ୍ଦ୍ର ସରକାର ଦୋହରାଇଛନ୍ତି। ଘରୋଇ ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ପିଆଜ ଉପଲବ୍ଧ କରାଇବା ପାଇଁ ଗତ ବର୍ଷ ଡିସେମ୍ବର ୮ତାରିଖରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ରୋକ ଲଗାଯାଇଥିଲା। ଖରିଫ ଆଗମନରେ ବିଳମ୍ବ, ରପ୍ତାନି ହୋଇଥିବା ପିଆଜର ପରିମାଣ ଏବଂ ତୁର୍କୀ, ଇଜିପ୍ଟ ଏବଂ ଇରାନ ଭଳି ପ୍ରମୁଖ ଯୋଗାଣକାରୀଙ୍କ ଦ୍ୱାରା ଲାଗୁ ହୋଇଥିବା ବାଣିଜ୍ୟ ଏବଂ ଅଣ-ବାଣିଜ୍ୟ ପ୍ରତିବନ୍ଧକ ଭଳି ବୈଶ୍ୱିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କୃଷକମାନେ ଯେପରି ପ୍ରଭାବିତ ନହୁଅନ୍ତି ସେଥିପାଇଁ ସରକାର ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ ଚାଷୀଙ୍କଠାରୁ ଲଗାତାର ପିଆଜ କିଣୁଛନ୍ତି।
Popular Categories



