www.samajalive.in
Sunday, December 14, 2025
23.1 C
Bhubaneswar

ଗଞ୍ଜାମ ବ୍ଲକ ସ୍ତରୀୟ ଜନଶୁଣାଣି

ଗଞ୍ଜାମ: ଗଞ୍ଜାମ ବ୍ଲକ ରେ ମଙ୍ଗଳବାରଦିନ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧକ୍ଷତା କରିଥିଲେ। ବିଡ଼ିଓ ବସନ୍ତ କୁମାର ମଳିକ ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହିକାର୍ଯ୍ୟକ୍ରମରେ  ଜିଲା ସୋସିଆଲ ଅଡିଟର  ରବୀନ୍ଦ୍ର ନାଥ ମଲାଣ, ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା,  ଟେକ୍ନିକାଲ ମୁଖ୍ୟନୀଳକଣ୍ଠ ସୁନ୍ଦରାୟ ପ୍ରମୁଖ ମଞ୍ଚାସିନ ଥିଲେ। ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ବିବରଣୀ ପାଠ କରିଥିଲେ।
ଗଞ୍ଜାମ ବ୍ଲକର ୧୫ପଞ୍ଚାୟତକୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା  (ଏମଏନଆରଇଜିଏସ ) ମାଧ୍ୟମରେ୩୧୬୩ ପ୍ରକଳ୍ପ ଅନୁମୋଦନ ହୋଇଥିଲା କ୍ଷ ସେଥିରୁ ୨୨୯୩ ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ସେଥିରୁ ୮୭୦ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ  ହୋଇଥିଲା କ୍ଷ ୨୦୨୩/୨୪ ବର୍ଷରେ ୧୭ ହଜାର ୪୭୦ପରିବାର ଜବକାର୍ଡ ପାଇଁ ନାମ ପଞ୍ଜିକରଣ କରିଥିବା ବେଳେସେଥିମଧ୍ୟରୁ ୧୭୪୪୪ କାର୍ଡ ପାଇଛନ୍ତି। ୮୦୨ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବ୍ଲକରେ ଲାଇନ ଡିପାର୍ଟମେଣ୍ଟ ଠିକ ଭାବେ କାମ କରୁ ନଥିବା ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଏବଂ ରାଜପୁର ପଞ୍ଚାୟତ ସରପଞ୍ଚ ଅଭିଯୋଗ ଆଣିଥିଲେ।
ପ୍ରାୟ ପଞ୍ଚାୟତରେ ମୃତିକା ସରକ୍ଷଣ ବିଭାଗ ଅଧିକାରୀ ମାନେ ଜନପ୍ରତିନିଧିଙ୍କୁ ଅଣ ଦେଖାକରି  ପଂଚାୟତ କାର୍ୟ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। କାଇଞ୍ଚ ପୁର ସରପଞ୍ଚ ଚନ୍ଦନା ରେଡି, ସମେତ ଅନ୍ୟାନ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ କ୍ଷ ଲୋକନାଥ ରେଡ଼ି, ମାମି ସାହୁ, ପୁଷ୍ପାଞ୍ଜଳି ପଣ୍ଡା, ଏପିଓ ବ୍ରଜ କିଶୋର ବେହେରା, ନରେଗା  ଶିବାନୀ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories