www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱାଧୀନତାର ୧୦୦ ବର୍ଷ ବେଳକୁ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ଭାରତ

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ୟୁରୋପୀୟ ସଂଘ ଭବିଷ୍ୟତର ଭାରତ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି। ଦିଲ୍ଲୀରେ ସିଆଇଆଇ-ଭାରତ ୟୁରୋପ ବିଜନେସ୍ ଆଣ୍ଡ ସଷ୍ଟେନେବିଲିଟି କନକ୍ଲେଭରେ ଯୋଗଦେଇ ଡଃ ଜୟଶଙ୍କର କହିଛନ୍ତି ଯେ ଭାରତର ଜିଡିପି ପ୍ରାୟ ୩.୭୫ ଟ୍ରିଲିୟନ ଡଲାର ରହିଛି ଯାହା ଦଶନ୍ଧି ଶେଷ ସୁଦ୍ଧା ୭.୩ ଟ୍ରିଲିୟନ ଡଲାର ହେବ। ସ୍ୱାଧୀନତାର ୧୦୦ ତମ ବର୍ଷରେ ପହଞ୍ଚିବା ବେଳକୁ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଭାରତ କ୍ରମଶଃ ଗୁରୁତ୍ୱପୂର୍ଣ୍ଣ ଅର୍ଥନୀତି ହେବାକୁ ଯାଉଛି, ଯାହା ଚଳିତ ଦଶନ୍ଧି ଶେଷ ସୁଦ୍ଧା ତୃତୀୟ ବୃହତ୍ତମ ଏବଂ ୨୦୭୫ ସୁଦ୍ଧା ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି।

ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବାଣିଜ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସକାରାତ୍ମକ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ୨୦୨୨ରେ ସାମଗ୍ରୀ କ୍ଷେତ୍ରରେ ବାଣିଜ୍ୟ ପ୍ରାୟ ୧୨୦ ବିଲିୟନ ୟୁରୋ ଥିଲା ବୋଲି ସେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେବା ବାଣିଜ୍ୟ ପ୍ରାୟ ୩୦ ପ୍ରତିଶତ ହାରରେ ବହୁତ ଦୃଢ଼ ଭାବରେ ବୃଦ୍ଧି ପାଉଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories