www.samajalive.in
Monday, December 15, 2025
14.1 C
Bhubaneswar

ପିଆଜ ରପ୍ତାନି ନିଷେଧାଦେଶ ଅବଧି ବୃଦ୍ଧି

ସମାଜ: ଘରୋଇ ଉପଲବ୍ଧତା ବଢ଼ାଇବା ଓ ଏହାର ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ନିଷେଧାଦେଶ ସମୟ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ରପ୍ତାନି ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଗତ ଶୁକ୍ରବାର ବିଦେଶ ବ୍ୟାପାର ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଏହି କଟକଣା ବୃଦ୍ଧି କରାଯାଇଛିି। ଡିଜିଏଫ୍‌ଟି ହେଉଛି କେନ୍ଦ୍ର ସରକାରଙ୍କ ଏକ ଶାଖା, ଯାହା ରପ୍ତାନି ଓ ଆମଦାନୀ ସମ୍ପର୍କିତ ପ୍ରସଙ୍ଗ ସହ ଜଡ଼ିତ। ଡିସେମ୍ବର ୨୦୨୩ ଡିସେମ୍ବର ୮ରେ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଆନ୍ତଃ ମନ୍ତ୍ରିମଣ୍ଡଳର ଅନୁମୋଦନ ପରେ ମିତ୍ର ରାଷ୍ଟ୍ରଙ୍କୁ ପିଆଜ ରପ୍ତାନି ପାଇଁ ଅନୁମତି ରହିଛି। ଫଳରେ ରାଷ୍ଟ୍ରୀୟ ସମବାୟ ରପ୍ତାନି ଲିମିଟେଡ୍ (ଏନସିଏଲ) ମାଧ୍ୟମରେ ୟୁଏଇ ଏବଂ ବାଂଲାଦେଶକୁ ୬୪,୪୦୦ ଟନ୍ ପିଆଜ ରପ୍ତାନି କରିବାକୁ ସରକାର ଅନୁମତି ଦେଇଛନ୍ତି।

ଏହା ପୂର୍ବରୁ ୨୦୨୩ ଅକ୍ଟୋବରରେ ଗ୍ରାହକଙ୍କ ପାଇଁ ଖୁଚୁରା ବଜାରରେ କେନ୍ଦ୍ର ସରକାର କିଲୋଗ୍ରାମ ପିଛା ୨୫ ଟଙ୍କା ରିଆତିରେ ପିଆଜ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ଦେଶରେ ପିଆଜ ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ୨୦୨୩ ଅକ୍ଟୋବର ୨୮ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ଟନ୍‌ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ ଧାର୍ଯ୍ୟ କରିଥିଲେ। ଅଗଷ୍ଟରେ, ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories