ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ଲ’ କମିଶନ ଡାକିଲେ ସର୍ବଦଳୀୟ ବୈଠକ

0

ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବାକୁ ଆଇନ୍‍ ଆୟୋଗ (ଲ’ କମିଶନ) ସମସ୍ତ ବଡ଼ ରାଜନୈତିକ ଦଳଙ୍କ ସହ ଆଲୋଚନା କରିବା ପାଇଁ ୭ ଏବଂ ୮ ଜୁଲାଇରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବାକୁ ବିଚାର ବିମର୍ଶ ହେବ। ଏହି ବୈଠକରେ ଆୟୋଗ ଏକସଙ୍ଗେ ନିର୍ବାଚନ ଏବଂ କାର୍ଯ୍ୟକାରିତା ନେଇ ଚର୍ଚ୍ଚା କରିବେ।
ଉଲ୍ଲେଖ ଯେ ଆଇନ ଆୟୋଗ ଜନସାଧାରଣଙ୍କଠାରୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ମାମଲାରେ ପରାମର୍ଶ ଲୋଡିଥିଲା। ଉତ୍ତରପ୍ରଦେଶ ସରକାର ମଧ୍ୟ ଏହି ମାମଲାରେ ଏକ କମିଟି ଗଠନ କରିଥିଲା। ଏହି କମିଟି ଉତ୍ତରପ୍ରଦେଶରେ ଆସନ୍ତା ବିଧାନସଭା ନିର୍ବାଚନ ୨୦୨୨ ବଦଳରେ ୨୦୨୪ରେ ଲୋକସଭା ନିର୍ବାଚନ ସହ କରିବାକୁ ପରାମର୍ଶ ଦେଇଥିଲା। ଅପରପକ୍ଷରେ କେନ୍ଦ୍ର ସରକାର ଏବଂ ଆଇନ ଆୟୋଗ ଦ୍ୱାରା ଗଠିତ କମିଟି ଡିସେମ୍ବର ୨୦୨୧ ମଧ୍ୟରେ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନ ୨୦୧୯ ଲୋକସଭା ନିର୍ବାଚନ ସହ ଏକାଠି କରିବାକୁ ପରାମର୍ଶ ଦେଇଛନ୍ତି। କମିଟିର ଏହି ପରାମର୍ଶକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି।

kalyan agarbati
Leave A Reply