www.samajalive.in
Friday, December 12, 2025
27.1 C
Bhubaneswar

ଟିକ୍‌ଟକ ପାଇଁ ଗାଳି କଲେ ସ୍ବାମୀ, ଆତ୍ମହତ୍ୟାର ଟିକ୍‌ଟକ ଭିଡିଓ ପଠାଇଲା ସ୍ତ୍ରୀ

ଚେନ୍ନାଇ: ମନୋରଞ୍ଜନ ଭିତ୍ତିକ ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକକୁ ନେଇ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ପୂର୍ବରୁ ଟିକ୍‌ଟକ ଭିଡିଓ କରୁଥିବାବେଳେ କେଜେଜଣଙ୍କ ପ୍ରାଣହାନି ଘଟିଥିବାବେଳେ ବର୍ତ୍ତମାନ ଆଉ ଏକ ଘଟଣା ଘଟିଛି ତାମିଲନାଡୁରେ। ଟିକ୍‌ଟକ ଆପରେ ଅଧିକ ସମୟରେ ମଜି ରହୁଥିବା ସ୍ତ୍ରୀଙ୍କୁ ସ୍ବାମୀ ଗାଳିଗୁଲଜ କରିବାରୁ ସେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ମୃତ ମହିଳାଙ୍କ ନାମ ଅନିତା ଓ ତାଙ୍କ ବୟସ ୨୪ ବର୍ଷ। ତାଙ୍କର ୨ଟି ସନ୍ତାନ ଅଛନ୍ତି। ଅନିତା ଟିକ୍‌ଟକ ଆପ୍‌ରେ ବେଶୀ ସମୟ ମଜି ରହୁଥିଲେ। ଏଥିପାଇଁ ତାଙ୍କ ସ୍ବାମୀ ତାଙ୍କୁ ଗାଳି କରିଥିଲେ। ଏଥିରେ ଭାଙ୍ଗିପଡ଼ି ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏପରି କି ବିଷ ପିଇବାର ଦୃଶ୍ୟକୁ ସେ ଟିକ୍‌ଟକ ଭିଡିଓ କରି ସିଙ୍ଗାପୁରରେ ଯାଇଥିବା ସ୍ବାମୀଙ୍କ ନିକଟକୁ ପଠାଇଥିଲେ। ଭିଡିଓରେ ମହିଳା ଜଣକ ଏକ ଧଳା ବୋତଲରୁ କଳା ରଙ୍ଗର କିଛି ତରଳ ପଦାର୍ଥ ପିଇବାର ଦୃଶ୍ୟ ଦେଖିବାକୁ ମିଳିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories