www.samajalive.in
Monday, December 8, 2025
14.1 C
Bhubaneswar

ବିଷାକ୍ତ ମଦ ପିଇ ଜଣେ ମୃତ : ସହାୟତା ଦାବିରେ ରାସ୍ତା ଅବରୋଧ

ଧାମରା : ଭଦ୍ରକ ଜିଲା ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ପଞ୍ଚାୟତରେ ବିଷାକ୍ତ ମଦ୍ୟପାନ କରି ଗୁରୁବାର ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଚରଦିଆ ଗ୍ରାମର ମହେଶ୍ୱର ମାଝି(୩୬)। ମହେଶ୍ବରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଚରଦିଆ-ଚାନ୍ଦବାଲି ରାସ୍ତା ଅବରୋଧ କରିବା ସହ ପରିବାର ପାଇଁ ସରକାରୀ ସହାୟତା ଦାବି କରିଛନ୍ତି।

- Advertisement -

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ମହେଶ୍ୱର ଚରଦିଆ ପଞ୍ଚାୟତରେ ଚୋରାରେ ବିକ୍ରି ହେଉଥିବା ମଦ ପିଇ ନିଜ ଘରକୁ ଫେରିଥିଲେ। ଘରକୁ ଫେରି ନିଶାସକ୍ତ ଅବସ୍ଥାରେ ସେ ଶୋଇଥିଲେ। ଗୁରୁବାର ସକାଳ ସମୟରେ ସେ ବିଛଣାରୁ ନ ଉଠିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ମହେଶ୍ୱରଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଏ ନେଇ ତାଙ୍କ ପରିବାର ପକ୍ଷରୁ ବାଂଶଡା ଥାନାରେ ଏକ ଏତଲା ଦିଆ ଯାଇଛି।

ଚରଦିଆ ପଞ୍ଚାୟତରେ ଦିନକୁ ଦିନ ଚୋରା ମଦର କାରବାର ବୃଦ୍ଧି ପାଉଥିବା ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହି ଚୋରା ମଦ ବେପାରକୁ ବନ୍ଦ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପଞ୍ଚାୟତବାସୀ କହିଛନ୍ତି।

ଏହି ଘଟଣଟାରେ ବାଂଶଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ବାଂଶଡା ଥାନାଅଧିକାରୀ ରମେଶ ସିଂହ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories