www.samajalive.in
Monday, December 15, 2025
16.1 C
Bhubaneswar

ସଂଘବଦ୍ଧ ଭାବେ ଆକ୍ରମଣ କରି ଯୁବକଙ୍କୁ ନିର୍ମମ ହତ୍ୟା

ମୋହନା : ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି-ଅନ୍ତର୍ବା ରାସ୍ତାର ଜଗନ୍ନାଥପୁର ଛକ ନିକଟରୁ ୫୦୦ମିଟର ଦୂର ଏକ ମକା ବାଡରେ ଜଣେ ଅଜଣା ଯୁବକଙ୍କୁ କିଛି ଦୁବୃର୍ତ୍ତ ସଂଘବଦ୍ଧ ଭାବେ ହତ୍ୟା କରିଥିବା ଜଣାପଡିଛି । ହାତକୁ ପ୍ୟାଣ୍ଟ ବେଲ୍ଚ, ଗୋଡ଼କୁ ଜୋତାର ଲେସ(ଦଉଡ଼ି) ଓ ମୁହଁକୁ କପଡାରେ ଘୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତାଙ୍କ ମୁହଁରେ ରକ୍ତର ଛିଟା ଲାଗିଥିବା ବେଳେ ଛାତିରେ ଆଘାତ ଲାଗିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଗୁରୁବାର ଦିନ ଏହି ଘଟଣା ଘଟିଛି । ଯୁବକ ଜଣକ ମାଟିରେ ମୁହଁ ମାଡି ପଡିରହିଥିବା ଦେଖି କିଛି ସ୍ଥାନୀୟ ଲୋକ ଚନ୍ଦ୍ରଗିରି ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ନିରଞ୍ଜନ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଯୁବକଙ୍କର ପରିଚୟ ମିଳିନାହିଁ । ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ଯୁବକଙ୍କର ହେଲମେଟ୍ ଓ ଏକ କପଡା ବ୍ୟାଗ ପଡ଼ିରହିଥିବା ଦେଖିବାକୁ ମିଳିଛି। ଛତ୍ରପୁରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବାପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି । ପଞ୍ଚାୟତ ନିର୍ବାଚନ ସରୁ ସରୁ ଏଭଳି ଏକ ଅଭାବନୀୟ ଘଟଣା ଚନ୍ଦ୍ରଗିରି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories