ପ୍ରେମ ପାଇଁ ହତ୍ୟା; ୧୨ଦିନ ପରେ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ପ୍ରେମିକାର ସମ୍ପର୍କିୟ ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ଗୁଡ଼ଭେଲା : ତୁଷୁରା ଥାନା ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କର୍ଲାଖମନ ଗାଁ ରାହୁଲ ନଦୀ ବରିଘାଟରେ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ବୁଧବାର ସନ୍ଧ୍ୟା ସମୟରେ ଠାବ ହୋଇଥିଲା । ଶରୀର ଅଣ୍ଟାରୁ ଉପରକୁ ପୋଡି ଯିବା ସହ ମୁଣ୍ଡରେ ଭୁଜାଲି ଆଘାତ ଥିବା ଜଣାପଡିଛି ।

prayash

ସୂଚନାରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ଅନ୍ତର୍ଗତ ଉଡେର୍ ଗ୍ରାମର ସହକାରୀ ଶିକ୍ଷକ ବାସୁଦେବ ଭୋଇ ଗତ ୧୨ ତାରିଖ ସନ୍ଧିସରା ଗାଁର ସ୍ଥିତ ପିଉସୀ ପୁଅ ପାଖକୁ ଆସିଥିଲେ । ବାସୁଦେବ କୌଣସି କାମରେ କର୍ଲାଖମନ ଗ୍ରାମକୁ ଯାଇଥିବା ବେଳେ ସେଠାରୁ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ନିଖୋଜ ହେବା ଜାଣିବା ପରେ କର୍ଲାଖମନ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବାସୁଦେବଙ୍କ ପତ୍ତା ମିଳି ନଥିଲା । ପରେ କଣ୍ଟାମାଳ ଥାନାରେ ବାସୁଦେବ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । କଣ୍ଟାମାଳ ପୁଲିସ ଓ ତୁଷୁରା ପୁଲିସ ମିଳିତ ଭାବରେ ତଦନ୍ତ କରିଥିଲେ ମଧ୍ୟ କିଛି ପତ୍ତା ପାଇ ନଥିଲେ । ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟାରେ କର୍ଲାଖମନ ରାହୁଲ ନଦୀ କୂଳରେ ବରିଘାଟର ନିକଟ ଏକ ନାଳରେ ଏକ ଶବକୁ ପ୍ରାୟ ୮୦ ପ୍ରତିଶତ ପୋଡି ଦିଆଯାଇଥିଲା । ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳ ପହଞ୍ଚି ମୃତଦେହ ବାସୁଦେବର ବୋଲି ଦାବି କରିଥିଲେ। ମୁଣ୍ତରେ ଭୁଜାଳି ଆଘାତ ହୋଇଥିବାରୁ ହତ୍ୟା କରାଯାଇଥିବା ସନ୍ଧେହ କରଯାଇଛି । ଏନେଇ ପରିବାର ଲୋକେ ଗତକାଲି ସନ୍ଧ୍ୟାରେ ତୁଷୁରା ଥାନାରେ ହତ୍ୟା କରାଯାଇଥିବା ଲିଖିତ ଭାବରେ ଅଭିଯୋଗ କରିବା ପରେ ତୁଷୁରା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ବାସୁଦେବ କର୍ଲାଖମନ ଗାଁର ବହୁଦିନ ଧରି ଜଣେ ଝିଅ ସହ ପ୍ରେମ ସମ୍ପର୍କରେ ରହିଥିବା ସହ ସେ ବିଭିନ୍ନ ସମୟରେ ଗାଁରୁ ୨ ଶହ ମିଟରରେ ଥିବା ଏକ ଜଙ୍ଗଲରେ ପ୍ରମିକା ସହ ଭେଟ ହେଆସୁଥିବ ଚର୍ଚ୍ଚା ହେଉଛି । ୧୨ ତାରିଖ ରାତ୍ରିରେ ପ୍ରେମିକ ଜଣକୁ ଫୋନରେ ଭେଟ ହେବା ପାଇଁ ଅନୁରୋଧ କରିଥିଲା।ବାସୁଦେବର ବାହାଘର ଅନ୍ୟ ଏକ ଝିଅସହ ଦେବାକୁ ଥିବାରୁ ଏହା ଶେଷ ଭେଟ ବୋଲି କହି ପ୍ରେମିକା ଜଣ ବାରୁମ୍ବାର ଆସିବାକୁ କହିଥିବା ବାସୁଦେବଙ୍କ ସମ୍ପର୍କିୟ କହିଥିଲେ । ଯାହାଦ୍ୱାରା ବାଧ୍ୟ ହୋଇ ତାର ୨ ଜଣ ସମ୍ପର୍କିୟ ଲୋକଙ୍କ ସହ ଆସିବା ପରେ କିଛି ଦୁରରେ ସହ ସେମାନଙ୍କୁ ଛାଡି ଦେଇ ଭେଟ ପାଇଁ ବାସୁଦେବ ଆସିଥିଲେ । ହେଲେ ବାସୁଦେବକୁ କେଉଁ କାରଣ ପାଇଁ ହତ୍ୟା କରାଯାଇଛି ତାହା ନେଇ ସନ୍ଧେହ ଘେରରେ । ଭେଟ ହୋଇଥିବା ସ୍ଥାନରେ ଏକ ପାଉଜ ଜରି ପଡିବା ସହ ମେନ୍ ଫୋର୍ସ ଟେବେଲେଟ୍ ପଡିଥିଲା । ଏବଂ ମୃତଦେହ ପୋଡା ଯାଇଥିବା ସ୍ଥାନରେ ଏକ ପ୍ରକାର କମ୍ପାନୀର ଜରି ପଡିବା ସହ ଚୂଡି ପଡିଥିଲା ଓ ବାସୁଦେବଙ୍କ ମୋବାଇଲ ଫୋନକୁ ମଧ୍ୟ ଜାଳି ଦିଆଯାଇଛି । ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଉପଖଣ୍ଡ ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ପୁଇତଲା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନୀ ଓ ତୁଷୁରା ଥାନାଅଧିକାରୀ ସଞ୍ଜୀବ ପ୍ରଧାନଙ୍କ ଉପସ୍ଥିତରେ ଘଟଣାର ତଦନ୍ତ କରିବା ସହ ସାଇଣ୍ଟିଫିକ୍‌ ଟିମ୍ ଆସି ମୃତଦେହର ବିଭିନ୍ନ ଅଂଶକୁ ସଂଗ୍ରହ କରିଥିଲେ । ସନ୍ଧାନୀ କୁକୁର ସହଯୋଗରେ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରାଯାଇଥିଲା । ଆଉ ଏକ ଆଶ୍ଚର୍ୟ୍ୟ କଥା ପ୍ରେମିକାର ଘରକୁ ମଧ୍ୟ କୁକୁର ଯାଇ ଶୁଙ୍ଘାଶୁଙ୍ଘି କରିଥିବାରୁ ଆହୁରି ସନ୍ଦେହ ଘେରାରେ ରହିଛି ପ୍ରମିକା । ପ୍ରେମିକା ସହ ମାଆ ଓ ବାପାଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ ଅଧିକ ତଥ୍ୟ ପାଇବା ପାଇଁ ପଚରାଯିବାରୁ କରୁଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗତ ୨୦୨୧ ସେପ୍ଟେମ୍ବର ୧୪ ତାରିଖରେ ମଧ୍ୟ ଜାମୁଟ କର୍ମିପଡାଠାରେ ଜଣେ ପୁରୁଷକୁ ହତ୍ୟାକରି ଏକ ବନ୍ଦ କୋଠରିରେ ପୋଡି ଦିଆଯାଇଥିଲା । ଅର୍ଦ୍ଧଦଗ୍ଧ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ହେଲେ ଆଜକୁ ୬ ମାସ ବିତିଯାଇଥିଲେ ମଧ୍ୟ ହତ୍ୟା ରହସ୍ୟ ଉନ୍ମୋଚନ କରିପାରିଲା ନାହିଁ ପୁଲିସ । ଯାହା ଦ୍ୱାରା ପୋଲିସ ଅପାରଗତାର ସୁଯୋଗ ନେଇ ଅଞ୍ଚଳରେ ବାରୁମ୍ବାର ହତ୍ୟା ଡକାୟତି ଭଲି ଅସାମାଜିକ କାର୍ୟ୍ୟ କରିଚାଲିଛନ୍ତି ।ଏହିପରି ପୁଲିସ ଅଧିକାରୀଙ୍କ ଅବହେଳା ମନୋଭାବ ନେଇ ଅଞ୍ଚଳରେ ବାରମ୍ବାର ଏଭଳି ଅଭାବନୀୟ କାଣ୍ଡ ହେଉଥିବା ଆଲୋଚନା ହେଉଛି । ଏହା ସହିତ ପୁଲିସର ପାରିବାପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ବଲାଙ୍ଗିର ଜିଲ୍ଲାର ସିମାନ୍ତବର୍ତ୍ତ ଅଞ୍ଚଳରେ ହୋଇଥିବାରୁ ଏହି ଅଞ୍ଚଳଟି ଅସାମାଜିକ ଲୋକଙ୍କ ପାଇଁ ଅଡ୍ଟା ସାଜିଛି । ଖଡଙ୍ଗ ନଦୀ ପୋଲ ସହ ଧନପୁର ରାସ୍ତା ଦେଇ ପ୍ରତେକ ଦିନ ଦେଶି ମଦ, ଗଞ୍ଜେଇ ଚାଲାଣ ହେଉଛି । ବିଭିନ୍ନ ସମୟରେ ଗଞ୍ଜେଇ ମାଫିଆମାନଙ୍କ ଭିତରେ ଗଣ୍ଡଗୋଳ ହେଉ ହାତ ହତିର ପର୍ଯ୍ୟନ୍ତ ଯାଉଛି । ଏହିପରିସ୍ଥିତିରେ ଅଞ୍ଚଳ ଲୋକେ ଅସୁରକ୍ଷିତ ମଣୁଛନ୍ତି। କାହା ଭାଗ୍ୟରେ କେତେ କଣ ହେବ କେଜାଣେ । ଏହି ପରି ଅସାମାଜିକ କାର୍ୟ୍ୟକଲାପ ରୋକିବା ପାଇଁ ଅଞ୍ଚଳରେ କଡା ପେଟ୍ରୋଲିଙ୍ଗ କରିବ ସହ ଜାମୁଟରେ ଏକ ଫାଣ୍ଡି ସ୍ଥାପନ କରିବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି ।ଜିଲ୍ଳା ଆରକ୍ଷୀ ଅଧ୍ୟକ୍ଷକ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

kalyan agarbati

Comments are closed.