www.samajalive.in
Monday, December 15, 2025
14.1 C
Bhubaneswar

ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ

ଭୁବନେଶ୍ବର: ପଞ୍ଚମ ପର୍ଯ୍ୟାୟରେ ମତଦାନ ୭୦%ରୁ ଅଧିକ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିଲେ ଭୋଟଦାନ ହାର ବଢ଼ିପାରେ। କିଛି ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଭୋଟଦାନ ବାଧାପ୍ରାପ୍ତ ହୋଇଛି। ସମ୍ପୃକ୍ତ ଜିଲାପାଳମାନଙ୍କଠାରୁ ରିପୋର୍ଟ ଆସିଲାପରେ ପଦକ୍ଷେପ ନିଆଯିବ। ଜିଲାପାଳଙ୍କ ରିପୋର୍ଟ ଅନୁଧ୍ୟାନ କରି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନାଦେଇ କହିଛନ୍ତି ଯେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ମତଦାନ ସୁରୁଖୁରୁରେ ଶେଷ ହୋଇଛି। ସ୍ୱାଭିମାନ ଅଞ୍ଚଳରେ ଶାନ୍ତିଶୃଙ୍ଖଳାରେ ଭୋଟିଂ ସରିଛି। ପଞ୍ଚମ ପର୍ୟ୍ୟାୟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି। କିଛି ସ୍ଥାନରେ ଆଇନଶୃଙ୍ଖଳା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି। ଜିଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପୁଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
ପଞ୍ଚମ ପର୍ୟ୍ୟାୟରେ ୨୫ ଜିଲାରେ ୪୮ଟି ବ୍ଲକର ୧୩୧ ଜିଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ହୋଇଛି। ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ୧୩ ହଜାର ୫୧୪ଟି ବୁଥ ମଧ୍ୟରୁ ୨ହଜାର ୨୭ଟି ବୁଥ ସମ୍ବେଦନଶୀଳ ବୁଥ ରହିଥିଲା। ଦିନକ ପରେ ଅର୍ଥାତ ଫେବୃଆରୀ ୨୬ ତାରିଖରୁ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ନିର୍ମାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories