www.samajalive.in
Monday, December 8, 2025
14.1 C
Bhubaneswar

ପୁଣିଥରେ ସତର୍କ ସୂଚନା- କୋଭିଡ୍‌ଠୁ ୨୦ ଗୁଣ ମାରାତ୍ମକ, ଦୁନିଆଁରେ କୌଣସି ସମୟରେ ବ୍ୟାପିପାରେ ଆଉଏକ ମହାମାରୀ:ବିଶ୍ୱସ୍ୱାସ୍ଥ୍ୟ ସଂଙ୍ଗଠନ

ନୂଆଦିଲ୍ଲୀ – କୋଭିଡ୍‌ର ଚାରି ବର୍ଷ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦ୍ୱିତୀୟ ସତର୍କ ସୂଚନା ଜାରି କରାଯାଇଛି । କୌଣସି ସମୟରେ ଆଉ ଏକ ମହାମାରୀ ବ୍ୟାପି ପାରେ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ଏବେ ପୁଣି ବିପଦର ସଙ୍କେତ ଥିବା କଥା କୁହାଯାଇଛି । ଏହି ଭାଇରସ୍‌ ବା ଭୁତାଣୁର ନାମ ଏକ୍ସ ରଖାଯାଇଛି । କୋଭିଡ୍‌ଠାରୁ ଏହା ୨୦ ଗୁଣ ମାରାତ୍ମକ ।Once again, there is a warning - another epidemic may spread in the world at any time: World Health Organization

ମାର୍ଚ୍ଚ ୧୧, ୨୦୨୦ କରୋନାକୁ ମହାମାରୀ ଭାବେ ଘୋଷଣା କରାଯାଇଥିଲା । ୟୁନାଇଟେଡ୍‌ କିଙ୍ଗଡମ୍‌ ବା ୟୁକେରେ ଏବେ ଏକ ସଂକ୍ରାମକ ଭୁତାଣୁ ମିଳିବାର ସୂଚନା ପରେ ଏପରି ଆଲର୍ଟ ବା ସତର୍କତା ଜାରି କରାଯାଇଛି । ସେଠାରେ ସଂକ୍ରାମକ ରୋଗର ବିଶେଷଜ୍ଞମାନେ ଏହି ସୂଚନା ଦେଇଛନ୍ତି । ଏହା ବେଶ୍‌ ଚିନ୍ତା ଜନକ ବୋଲି ସେମାନେ କହିଛନ୍ତି ।

- Advertisement -

ପଶୁଙ୍କଠାରୁ ଏହା ମଣିଷଙ୍କୁ ବ୍ୟାପୁଛି । ଦ୍ରୁତ ଗତିରେ ଏହା ସଂକ୍ରମଣ କରୁଥିବା ବେଳେ ସାରା ଦୁନିଆଁକୁ ବ୍ୟାପିଯାଇ ପାରେ । କିଙ୍ଗସ୍‌ କଲେଜ ଅଫ୍‌ ଲଣ୍ଡନର ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ନଥଲୀ ମୈକଡରମାଟ୍‌ ଏ ବିଷୟରେ ସୂଚନା ଦେଇଛନ୍ତି । ଆସନ୍ତା ଦୁଇ ବର୍ଷରୁ ୨୦ ବର୍ଷ ମଧ୍ୟରେ ଏହା ସାରା ବିଶ୍ୱକୁ କବଳିତ କରିପାରେ ବୋଲି ସେ କହିଛନ୍ତି ।

ଏଥିପାଇଁ ପ୍ରସ୍ତୁତ ରହିବା ଏବଂ ଏହାକୁ ରୋକିବା ପାଇଁ ସବୁସ୍ତରରେ କାମ କରିବା ଉଚିତ୍‌ ବୋଲି ସେ ସୂଚନା ଦେଇଛନ୍ତି । ଏବେ ବିଶ୍ୱତାପାୟନ ବୃଦ୍ଧି ଏବଂ ପରିବେଶ ପ୍ରଦୁଷଣ ହେଉଥିବାରୁ ଏପରି ହେଉଛି ବୋଲି ସେ କହିଛନ୍ତି ।

ଜଙ୍ଗଲ କାଟି ଦେଉଥିବାରୁ ବିଭିନ୍ନ ଜୀବ ଏବଂ କୀଟ ପତଙ୍ଗ ମଣିଷ ନିକଟକୁ ଆସୁଛନ୍ତି । ସେମାନଙ୍କ ନିକଟରୁ ବିଭିନ୍ନ ଭୁତାଣୁ ମଣିଷ ଶରୀରରେ ପ୍ରବେଶ କରୁଛି । ଏବେ ମଣିଷ କମ୍‌ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ଯାଇ ପାରୁଥିବାରୁ ତା ସହ ରୋଗ ମଧ୍ୟ ସହଜରେ ସଂକ୍ରମିତ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories