www.samajalive.in
Wednesday, December 10, 2025
18.1 C
Bhubaneswar

ଜାନୁଆରୀ ପହିଲାରୁ ସବୁ ନେଣଦେଣ ଅନ୍‍ଲାଇନରେ

ଭୁବନେଶ୍ୱର : ନୂତନ ବର୍ଷ ୨୦୧୯ର ପ୍ରଥମ ଦିନରୁ କିଛି ନୂଆ କରି ଦେଖାଇବା ଲକ୍ଷ୍ୟରେ ରହିଛି ରାଜସ୍ୱ ବିଭାଗ। ନୂଆବର୍ଷରୁ ଅଭିନବ ଉପାୟ ସ୍ୱରୂପ ସମସ୍ତ ପ୍ରକାର ରାଜସ୍ୱ ନେଣଦେଣ ଅନ୍‍ଲାଇନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲିବା ସହିତ ସ୍ୱ-ବ୍ୟବସ୍ଥା ଆପଣାଇବାକୁ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାର ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ଡ. କୁମାର ଜିଲାପାଳମାନଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ ଅକ୍ଟୋବର ୩୦ରେ ଏଡିଏମ୍‍ସ୍ତରୀୟ ସମ୍ମିଳନୀ ବେଳେ ଏହି ବ୍ୟବସ୍ଥା ଆପଣାଇବାକୁ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ସବୁ ତହସିଲଦାର ଅନ୍‍ଲାଇନ ପେମେଣ୍ଟ କାର୍ଯ୍ୟକ୍ରମ ଉପରେ ଅବଗତ ଅଛନ୍ତି କି ନାହିଁ ବା ଗୁରୁତ୍ୱ ଦେଉଛନ୍ତି କି ନାହିଁ ତାହା ତଦାରଖ କର। ଜମିଜମା ପଞ୍ଜୀକରଣଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜୋରିମାନା ଆଦାୟ ସହିତ ଖଜଣା ମଧ୍ୟ ଅନ୍‍ଲାଇନ ମାଧ୍ୟମରେ ଆଦାୟ କରାଯିବ। ସାଧାରଣ ଲୋକେ ଯେଭଳି ଘରେ ବସି ସେମାନଙ୍କ ଖଜଣା ଅନ୍‍ଲାଇନ ମାଧ୍ୟମରେ ଦେଇପାରିବେ ସେନେଇ ବ୍ୟବସ୍ଥା କରିବାକୁ ଡ. କୁମାର ଦର୍ଶାଇଛନ୍ତି।
ରାଜସ୍ୱ ବିଭାଗର ଏହି ନିଷ୍ପତ୍ତିକୁ ନେଇ ସାଧାରଣ ଲୋକେ ବେଶ୍‍ ଉତ୍ସାହିତ ଥିବାବେଳେ ତହସିଲ ପ୍ରଶାସନ ଓ ଜିଲା ପ୍ରଶାସନ ଚିନ୍ତାରେ ପଡି ଯାଇଛି। ଯଦି ସରକାର ବାସ୍ତବରେ ସବୁ ବ୍ୟବସ୍ଥାରେ ଅନ୍‍ଲାଇନରେ କରିବେ ତେବେ ମଧ୍ୟସ୍ଥତା ବ୍ୟବସ୍ଥା ସାଙ୍ଗକୁ ଉପରି ଦି’ପଇସା ଆଉ ହୋଇପାରିବନାହିଁ ବୋଲି କେତେକ ତହସିଲଦାର ମତ ଦେଉଛନ୍ତି। ସରକାର କିଭଳି ଏହାକୁ ସଫଳ କରିବେ ତାହା ଏବେ ରାଜସ୍ୱ ବିଭାଗ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories