www.samajalive.in
Thursday, December 11, 2025
23.1 C
Bhubaneswar

ପାକିସ୍ତାନରେ ଭାରତର ଉଚ୍ଚାୟୁକ୍ତଙ୍କୁ ଉତ୍ପୀଡ଼ନ

ନୂଆଦିଲ୍ଲୀ : ଭାରତ ସହିତ ବନ୍ଧୁତ୍ୱ ସ୍ଥାପନର ଦ୍ୱାହି ଦେଉଥିବା ଇମ୍ରାନ ଖାନ୍‍ଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାରର ମୁଖା ଖୋଲିଯାଇଛି। ଶିଖ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡର ଖୋଲିବା ନିମନ୍ତେ ଉଭୟ ଭାରତ ଓ ପାକିସ୍ତାନ ସହମତି ପ୍ରକାଶ କରିବାର ୨୪ ଘଣ୍ଟା ନ ପୁରୁଣୁ ଉଭୟ ଦେଶ ମଧ୍ୟରେ ପୁନଃ ବିବାଦ ମୁଣ୍ଡ ଟେକିଛି। ଶିଖ୍‍ ତର୍ଥୀଯାତ୍ରୀଙ୍କୁ ପାକିସ୍ତାନରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ସେଠାକାର ସରକାର ମନା କରିବା ତଥା ଭାରତୀୟ ଉଚ୍ଚାୟୁକ୍ତଙ୍କୁ ହଇରାଣ କରାଯିବା ପରିପ୍ରେକ୍ଷୀରେ ଭାରତ ଶୁକ୍ରବାର କଡ଼ା ପ୍ରତିବାଦ ଜଣାଇଛି। ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅନୁମତି ପୂର୍ବରୁ ଲାଭ କରିବା ସତ୍ତ୍ବେ ଭାରତୀୟ ଉଚ୍ଚାୟୁକ୍ତ ଅଧିକାରୀମାନଙ୍କୁ ନଭେମ୍ବର ୨୧ ଓ ୨୨ରେ ଇସ୍‍ଲାମାବାଦସ୍ଥିତ ଗୁରୁଦ୍ୱାରା ନାଙ୍କାନା ସାହିବ ଏବଂ ଗୁରୁଦ୍ୱାରା ସଚ୍ଚା ସୌଦାରେ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। ଫଳରେ ଅଧିକାରୀମାନେ ସରକାରୀ କାର୍ଯ୍ୟ ନ କରି ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ଆଗାମୀ ଦିନରେ ଭାରତୀୟ ତୀର୍ଥଯାତ୍ରୀମାନେ ପାକିସ୍ତାନ ଗସ୍ତ କରିବା ବେଳେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବା ନେଇ ଭାରତ ଚିନ୍ତାବ୍ୟକ୍ତ କରିଛି। ପାକିସ୍ତାନର ରାବି ନଦୀ କୂଳରେ କରତାରପୁର ସାହିବ ଗୁରୁଦ୍ୱାରାକୁ ଶିଖ ଶ୍ରଦ୍ଧାଳୁଙ୍କ ତୀର୍ଥ ସହଜ କରିବା ନିମିତ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଗୁରୁବାର କରତାରପୁର କରିଡର ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଏଥିସହ ପାକିସ୍ତାନ ଏହାର ସୀମାନ୍ତରେ ସମାନ କରିଡର ନିର୍ମାଣ କରିବାକୁ ଭାରତ ପରାମର୍ଶ ଦେଇଥିଲା।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories