ନୂଆଦିଲ୍ଲୀ/ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ଜନ୍ମଦିନ ଅବସରରେ ସେ ତାଙ୍କୁ ଫୋନ୍ କରିଥିଲେ । ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ମୋଦୀଙ୍କ ଉଦ୍ୟମ ପାଇଁ ଟ୍ରମ୍ପ , ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଏ ବିଷୟରେ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ମୋଦୀ ମଧ୍ୟ ଏହି ପୋଷ୍ଟର ପ୍ରତ୍ୟୁତ୍ତୋର ଦେବା ସହ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହା ମୋଦୀଙ୍କ ୭୫ତମ ଜନ୍ମ ଦିବସ । ଏବେ ଟାରିଫ୍ ସମସ୍ୟା ଚାଲିଥିବା ବେଳେ ଭାରତ ସହ ଆମେରିକାର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହା ଏକ ପ୍ରୟାସ ।
Thank you, my friend, President Trump, for your phone call and warm greetings on my 75th birthday. Like you, I am also fully committed to taking the India-US Comprehensive and Global Partnership to new heights. We support your initiatives towards a peaceful resolution of the…
— Narendra Modi (@narendramodi) September 16, 2025
ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ଗତ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଜି-୭ ଶିଖର ସମ୍ମିଳନୀ ପରେ ଏହା ପ୍ରଥମ ଫୋନ୍ କଲ୍ । ଜି-୭ ବୈଠକପରେ, ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ । ରୁଷିଆଠାରୁ ଅଶୋଧିତ ତୈଳ କ୍ରୟ ଉପରେ କଟକଣା ପାଇଁ ସେ ଓ ତାଙ୍କର ଅଧିକାରୀମାନେ ଭାରତକୁ ସମାଲୋଚନା କରିଥିଲେ ।
ଗତ ସପ୍ତାହରେ, ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ପୁଣି ସଜାଡିବା ପାଇଁ ପ୍ରୟାସ କରୁଥିବା କଥା ଉଲ୍ଲେଖ କରିଥିଲେ । ମୋଦୀ ଏହାର ଜବାବରେ ଭାରତ ଏବଂ ଆମେରିାକ ମିଳିତ ଭାବେ ବିଶ୍ୱର ଶାନ୍ତି ଏବଂ ପ୍ରଗତି ପାଇଁ କାର୍ଯ୍ୟ କରିବା ବୋଲି ଆଶା ବ୍ୟକ୍ତ କରିଥିଲେ ।



