www.samajalive.in
Monday, December 15, 2025
26.1 C
Bhubaneswar

ଆଜି ଦେବ ଶିଳ୍ପୀଙ୍କ ଆରାଧନା: ସବୁଠି ଉତ୍ସବମୁଖର ପରିବେଶ

ଉତ୍ତର ଭୁବନେଶ୍ୱର: ଦେବଶିଳ୍ପୀ ବିଶ୍ଵକର୍ମା ଆଜି ବିରାଜିବେ। ଦିନ ଥୁଲା ଦେବଶିଳ୍ପୀଙ୍କ ପୂଜା ଅବସରରେ ଶିଳ୍ପାଞ୍ଚଳ ପ୍ରକମ୍ପିତ ହେଉଥିଲା। ଗତ କିଛି ବର୍ଷ ହେଲା ଦେବଶିଳ୍ପୀଙ୍କ ପୂଜା କରାଯାଉଥିଲେ ବି ପୂର୍ବର ଉତ୍ସାହ ଓ ମହକ ଆଉ ନାହିଁ।  ବିଶେଷ କରି ମଞ୍ଚେଶ୍ବର ଓ ରସୁଲଗଡ଼ ଭଳି ଶିଳ୍ପାଞ୍ଚଳରେ ଖାଁ ଖାଁ ଅନୁଭବ ହେଉଛି। ବିଭିନ ଅଞ୍ଚଳରେ ବିଶ୍ଵକର୍ମାଙ୍କ ମୂର୍ତ୍ତି ସ୍ଥାପନ କରାଯା ଯଥାବିଧୂ ପୂଜା କରାଯାଉଛି। ମଞ୍ଚେଶ୍ବର, ରସୁଲଗଡ଼ ଶିଳ୍ପାଞ୍ଚଳ ସମେତ ହାଇଟେକ ଗଡ଼ା, ପାଣ୍ଡରା, କୋରଡ଼କଣ୍ଟା, ମଞ୍ଚେଶ୍ବରଗ୍ରାମ, ଚକେଇସିହାଣି, ସମେଇଗଡ଼ିଆ, ଭୋଟପଡ଼ା ଟପଡ଼ା, ରସୁଲଗଡ଼, ଜିଜିପି କଲୋନୀ, ଜଗନ୍ନାଥ ନଗର, ଝାରପଡ଼ା, ବରିମୁଣ୍ଡ, କଳାରାହଙ୍ଗ, ପଳାଶୁଣି, ସତ୍ୟବିହାର, ପ୍ରାଚୀବିହାର ଆଦି ଅଞ୍ଚଳରେ ବିଶ୍ଵକର୍ମାଙ୍କ ପୂଜା କରାଯିବ। ବିଶ୍ଵକର୍ମାଙ୍କ ପୂଜା ଅବସରରେ ଶିଳ୍ପାଞ୍ଚଳ ବିଦ୍ୟୁତ୍ ସେକ୍ସନ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ କ୍ରିଷ୍ଣା ପିଭିସି ଏଣ୍ଟରପ୍ରାଇଜର୍ସ, ପଳାଶୁଣି ଜଳ ବିଶୋଧନାଗାର, ଫର୍ଣ୍ଣିଚର ହାଉସ ସାଇ ଏଣ୍ଟରପ୍ରାଇଜସ, ଚକେଇସିହାଣି ଅଟୋ ଷ୍ଟାଣ୍ଡ, ପଳାଶୁଣି ଓସିସି କମ୍ପାନୀ, ରସୁଲଗଡ଼ ଟ୍ରକ ଆସୋସିଏସନ, କଳିଙ୍ଗ ଇକ୍ୟୁମେଣ୍ଟସ, ଆଲଫା ଟ୍ରାନ୍ସଫର୍ମର ଏବଂ ଆନନ୍ଦ ଗ୍ୟାସ ଆଦି ପକ୍ଷରୁ ମୃଣ୍ମୟୀ ମୂର୍ତି ପୂଜା ପାଇବେ । ମଞ୍ଚେଶ୍ବର ରେଳ ଡବା ମରାମତି କାରଖାନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories