www.samajalive.in
Saturday, December 13, 2025
14.1 C
Bhubaneswar

ଏଣିକି ଆଗକୁ ପରିବେଶ ଅନୁକୂଳ ସଡ଼କ ଓ ଭିତ୍ତିଭୂମି ନିର୍ମାଣ ହେବ

ଭୁବନେଶ୍ୱର: କଂକ୍ରିଟ୍, ପିଚୁ ଓ ପେଭର ବ୍ଲକ୍ ଦ୍ବାରା ନିର୍ମିତ ସଡ଼କ ପରିବେଶ ଉପରେ ପକାଉଛି ବ୍ୟାପକ ପ୍ରତିକୂଳ ପ୍ରଭାବ । ଏହି ସବୁ ସାମଗ୍ରୀରେ ନିର୍ମିତ ରାସ୍ତା ଦ୍ବାରା ମାତ୍ରାଧିକ ତାପ, ଚାପ ଓ ଉତ୍ତାପ ସ ହ ଅଙ୍ଗାର କ୍ଲାମ ମଧ୍ୟ ସୃଷ୍ଟି ହେଉଛି । ଫଳରେ ପରିବେଶ ଓ ଜୀବ ଜଗତ ଉପରେ ଏହାର ଅନେକ କୁପ୍ରଭାବ ପଡୁଛି । କିନ୍ତୁ ଏହି ସାମଗ୍ରୀ ସହ ଏପରି ଏକ ସାମଗ୍ରୀ ଉଦ୍ଭାବନ ହୋଇଛି, ଯାହା ଦ୍ବାରା ପରିବେଶ ଉପରେ ଅତି ଭଲ ପ୍ରଭାବ ପଡ଼ିବ ଓ ଜୈବ ବିଭିଧତା ନଷ୍ଟ ହେବା ନାହିଁ । ଏପରି ସାମଗ୍ରୀ ଦ୍ବାରା ସଡକ ନିର୍ମାଣ ପାଇଁ ଓଡ଼ିଶା ସରକାର ଚିନ୍ତା କରୁଛନ୍ତି ।

ବିଭିନ୍ନ ପ୍ରକାର ବିକାଶ ମୂଳକ ନିର୍ମାଣ କାର୍ଯ୍ୟ ସମୟରେ ପରିବେଶ ଉପରେ ଏହାର  କ’ଣ କୁପ୍ରଭାବ ପଡୁଛି ସେ ବିଷୟରେ ଅନେକ ସମୟରେ ଚିନ୍ତା କରାଯାଉ ନାହଁ । ଯାହା ଫଳରେ ପରବର୍ତ୍ତୀ ସମୟରେ ଏହାର କୁପରିଣାମ ସମଗ୍ର ଜୀବଜଗକୁ ଭୋଗିବାକୁ ପଡୁଛି । ତେଣୁ  ପରିବେଶ ଅନୁକୂଳ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ପଡିବ ।  ଏହି କ୍ରମରେ ଅଭିନବ ଜୈବ-ଏନଜାଇମାଟିକ୍ ମାଟି ସ୍ଥିରକାରୀ ଟେରାଜାଇମ୍ (Terrazyme) କୁ ବ୍ୟବହାର କରି କିଭଳି ଦୀର୍ଘସ୍ଥାୟୀ ତଥା ପରିବେଶ ଅନୁକୂଳ ସଡ଼କ ନିର୍ମାଣ କରାଯାଇ ପାରିବ ସେଥି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I

- Advertisement -

ଏହି ବୈଠକରେ ସଡ଼କ ନିର୍ମାଣରେ ଟେରାଜାଇମ୍ ବ୍ୟବହାର, ଏହାର ନିର୍ମାଣ ଖର୍ଚ୍ଚ, ସ୍ଥାୟୀତ୍ୱ, ଏବଂ ପରିବେଶ ବାତାନୁକୁଳତା ବିଷୟରେ ଆଲୋଚନା ହୋଇଥିଲା । ଟେରାଜାଇମ୍ ହେଉଛି ଉଦ୍ଭିଦ ନିଷ୍କାସନରୁ ତିଆରି ଏକ ପ୍ରାକୃତିକ, ଅଣ-ବିଷାକ୍ତ ଏବଂ ଜୈବିକ ତରଳ ପଦାର୍ଥ। ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏହି ବାୟୋ–ଏନ୍ଜାଇମାଟିକ୍ ସଏଲ୍ ସ୍ଟାବିଲାଇଜର୍  ଦ୍ୱାରା ସଡ଼କ ନିର୍ମାଣକୁ ଅଧିକ ମଜଭୁତ, ଓ ଦୀର୍ଘସ୍ଥାୟୀ କରାଯାଇ ପାରିବ । ଏଥିସହିତ ଟେରାଜାଇମ୍ ବ୍ୟବହାର କରି ସ୍ଥାନୀୟ ମାଟିର ଗୁଣମାନ ବୃଦ୍ଧି କରାଯାଇପାରିବ ।  ଫଳରେ ପଥର, ଗୋଡି, ସିମେଣ୍ଟ ଏବଂ ପିଚୁ ଆଦିରୁ ନିର୍ମାଣ ହେଉଥିବା ରାସ୍ତା ତୁଳନାରେ ଏହାର ନିର୍ମାଣ ଖର୍ଚ୍ଚ ଯଥେଷ୍ଟ କମ ହୋଇପାରିବ । ଏହା ପରିବେଶ ଅନୁକୂଳ ହୋଇଥିବାରୁ ଅତ୍ୟଧିକ ତାପ ଓ ଅଙ୍ଗାରକାମ୍ଳ ନିଗମନକୁ କମ କରିବା ସହିତ ଅତ୍ୟଧିକ ଧୂଳିକୁ ପ୍ରତିହତ କରିପାରିବ । ଏହି ରାସ୍ତା ବିଶେଷ କରି ଜଙ୍ଗଲ ତଥା ଜୈବ ବିବିଧତା ଅଞ୍ଚଳ ଲାଗି ବେଶ ଉପଯୋଗୀ ହେବା ସହିତ ଅନ୍ୟ ଅଞ୍ଚଳରେ ମଧ୍ୟ ବେଶ ଗ୍ରହଣୀୟ ହୋଇପାରିବ ବୋଲି ବୈଠକରେ ଉପସ୍ଥାପନ ହୋଇଥିଲା ।

ଜଙ୍ଗଲ ତଥା ଜୈବ ବିବିଧତା ଅଞ୍ଚଳରେ ଏହି ଟେରାଜାଇମ ବ୍ୟବହାର ଓ ରାସ୍ତା ନିର୍ମାଣ ନେଇ କ’ଣ କରାଯାଇ ପାରିବ ସେଥିନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଦାଖଲ କରିବାକୁ ମନ୍ତ୍ରୀ ହରିଚନ୍ଦନ ପୂର୍ତ୍ତ ବିଭାଗ ତଥା ଓବିସିସିର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଓବିସିସିର ଉପଦେଷ୍ଠା ଶ୍ରୀ ଜୟକୃଷ୍ଣ ଦାସ ଏବଂ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories