www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରେଲର – ବସ ଧକ୍କା ; ୧ ମୃତ , ୧୦ ଆହତ

ଲକ୍ଷ୍ନୌ : ଆମ୍ବେଦକରନଗରରେ ଜାତୀୟ ରାଜପଥରେ ଗୁରୁବାର ସକାଳ ସମୟରେ ଏକ ଟ୍ରେଲର ସହ ପରିବହନ ନିଗମର ବସର ଧକ୍କା ହୋଇଛି। ବସରେ ଥିବା ପ୍ରାୟ ୧୦ ଜଣ ଯାତ୍ରୀ ଆହତ ହେବା ସହ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଛି।
ଆଜି ସକାଳ ସମୟରେ ଉକ୍ତ ବସଟି ଅକବରପୁରରୁ ଆଜମଗଡ ଆଡକୁ ଯାଉଥିଲା। ବସଖାରୀ ନିକଟରେ ରାସ୍ତା କଡରେ ଥିବା ଟ୍ରେଲରଟିକୁ ବସ ଧକ୍କା ଦେଇଥିଲା। ବସଟି ଦ୍ରୁତ ଗତିରେ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ଘଟଣା ସମୟରେ ଶବ୍ଦ ଶୁଣି ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ଭାଙ୍ଗି ଯାଇଛି। ସ୍ଥାନୀୟଲୋକେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories