ଡେଲଟାକୁ ପ୍ରତିରୋଧ କରିବ ଓମିକ୍ରନ ଭାରିଏଣ୍ଟ୍ -ଆଉ ସଂକ୍ରମଣ ନ ହୋଇପାରେ ବୋଲି ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକଙ୍କ ଦାବି
ଜୋହାନସ୍ବର୍ଗ – ଏବେ ସାରା ବିଶ୍ୱରେ ଓମିକ୍ରନ୍ ବ୍ୟାପିବାରେ ଲାଗିଛି । କୋଭିଡ୍ର ଏହି ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବ ବୋଲି କୁହାଯାଇଛି। ଏହା ତୃତୀୟ ଲହର ଆଣିପାରେ ।ଲୋକମାନଙ୍କୁ ସତର୍କ ଏବଂ ସାବଧାନ ହୋଇ ରହିବା ପାଇଁ କୁହାଯାଇଛି । ଡେଲଟା ଭାରିଏଣ୍ଟରେ ଲକ୍ଷଣ ସାଧାରଣ ଥିବାବେଳେ ଅଧିକାଂଶ ଆକ୍ରାନ୍ତ ଠିକ୍ ହୋଇଯାଉଛନ୍ତି ।ତେବେ ଦିଲ୍ଲୀ ସହ ଦେଶର କେତକ ସ୍ଥାନରେ କଟକଣା ଆରମ୍ଭ ହେଲାଣି । ଲୋକଙ୍କୁ ବେଳହୁଁ ସାବଧାନ ହେବା ପାଇଁ କୁହାଯାଉଛି ।
ତେବେ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହେଉଥିବା ଲୋକଙ୍କ ମଧ୍ୟରେ ଭଲ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି । ଏହା ଦ୍ୱାରା ସେମାନେ ଡେଲଟା ଦ୍ୱାରା ପୁନଃ ସଂକ୍ରମିତ ହେବାର ସମ୍ଭାବନା କମ୍ ବୋଲି ଦକ୍ଷିଣ ଆଫ୍ରିକାରେ ଗବେଷଣା କରୁଥିବାକିଛି ବୈଜ୍ଞାନିକ ଦାବି କରିଛନ୍ତି ।
ଭବିଷ୍ୟତରେ ଏହାର ମାରାତ୍ମକତା ହ୍ରାସ ପାଇବ , ଓମିକ୍ରନ୍ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଆଉଥରେ ଡେଲଟା ଦ୍ୱାରା ସଂକ୍ରମିତ ହେବେନାହିଁ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ସାରା ବିଶ୍ୱରେ ଦ୍ରୁତ ଗତିରେ ଓମିକ୍ରନ ମାମଲା ବୃଦ୍ଧି ପାଇବ । ମାତ୍ର ଏହା ଶୀଘ୍ର ଶେଷ ହେବ ବୋଲେ ସେମାନ ପୂର୍ବାନୁମାନ କରିଛନ୍ତି ।
ଓମିକ୍ରନ ଆକ୍ରାନ୍ତମାନଙ୍କ ଅବସ୍ଥା ବିଶେଷ ଗୁରୁତର ହେବ ନାହିଁ । ଏଥିଯୋଗୁଁ ଲୋକ କମ୍ ଗୁରୁତର ହେବା ସହ ମୃତ୍ୟୁ ହେବାର ସମ୍ଭାବନା ଖୁବ କମ୍ ବୋଲି କୁହାଯାଇଛି । ତେବେ କୋଭିଡ୍ କଟକଣାକୁ କଡାକଡି ଭାବେ ମାନିବା ପାଇଁ ବିଶେଷଜ୍ଞମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.