ଭାରତରେ ଓମିକ୍ରୋନରେ ଆକ୍ରାନ୍ତ ଅଧିକାଂଶ ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଛି ଏହି ଲକ୍ଷଣ
ନୂଆଦିଲ୍ଲୀ -ଭାରତରେ ଓମିକ୍ରୋନରେ ଆକ୍ରାନ୍ତ ଅଧିକାଂଶ ବ୍ୟକ୍ତିଙ୍କ ନିକଟରେ ଏହି ଲକ୍ଷଣ ଦେଖାଯାଉଛି । ଏହି ଭୁତାଣୁ କରୋନାର ଅନ୍ୟ ପ୍ରାରୁପଠାରୁ ଅଧିକ ସଂକ୍ରାମକ । ଡେଲାଟା ଭୁତାଣୁ ଠାରୁ ଓମିକ୍ରୋନ ଅଧିକ ସଂକ୍ରାମକ ।ମାତ୍ର ଅଧିକାଂଶ ଆକ୍ରାନ୍ତଙ୍କ ନିକଟରେ କମ୍ ଲକ୍ଷଣ ଦେଖିବା ପାଇଁ ମିଳୁଛି ।
ଅଧିକ ମ୍ୟୁଟେସନ୍ ଯୋଗୁଁ ଏହି ଭୁତାଣୁର ସୃଷ୍ଟି । ଆଗରୁ ଆକ୍ରାନ୍ତ ହୋଇଥିବା ଏବଂ ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏଥିରେ ଆଉଥରେ ଆକ୍ରାନ୍ତ ହୋଇ ପାରନ୍ତି । ଭାରତରେ ବି ଓମିକ୍ରୋନର ଆକ୍ରାନ୍ତ ଚିହ୍ନଟ ହୋଇ ଥିଲେ ।
ଓମିକ୍ରୋନର ହାଲକା ଲକ୍ଷଣ ଅନେକଙ୍କ ନିକଟରେ ଦେଖିବା ପାଇଁ ମିଳିଛି । ଲକ୍ଷଣ କମ୍ ଦେଖା ଯିବାରୁ ଅଧିକାଂଶ ଲୋକ ଟେଷ୍ଟିଂ ପରୀକ୍ଷଣ କରୁନାହାନ୍ତି । କିଛି ଲୋକ ତାଙ୍କୁ କରୋନା ହୋଇଥିବା କଥା ବି ଜାଣି ପାରୁ ନାହାନ୍ତି । ଭାଇରାଲ୍ ଲୋଡ ଅଧିକା ଠାରୁ କମ୍ ଲକ୍ଷଣ ସଂକ୍ରମଣ ଅଧିକ ସଂଖ୍ୟାରେ ବ୍ୟାପୁଛି । ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଅନୁସାରେ ହାଲୁକା ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରେ ସେମାନେ ଲକ୍ଷଣ କମ୍ ଥିବାରୁ ଟେଷ୍ଟିଂ କରୁ ନଥିବା ସୂଚନା ମିଳିଛି । ମାତ୍ର ଆକ୍ରାନ୍ତମାନେ ଶୀଘ୍ର ସୁସ୍ଥ ହୋଇଯାଉଥିବା ସୂଚନା ମିଳିଛି ।
Comments are closed.