www.samajalive.in
Sunday, December 7, 2025
14.1 C
Bhubaneswar

ବଢୁଛି ଓମିକ୍ରନ ସଂକ୍ରମଣ; ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ବିଦେଶରୁ ଫେରୁଥିବା ଲୋକ ଓମିକ୍ରନରେ ଆକ୍ରାନ୍ତ ଥିବା ଗୋଟିଏ ପରେ ଗୋଟିଏ ରାଜ୍ୟରେ ଠାବ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଇତିମଧ୍ୟରେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି ପାଇସାରିଲାଣି । ସେଥିମଧ୍ୟରୁ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଯଥାକ୍ରମେ ୫୭ ଓ ୫୪ ଜଣ ଚିହ୍ନଟ ହୋଇସାରିଛନ୍ତି । ଓମିକ୍ରନରେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୯୦ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗୁରୁବାର ଏକ ବୈଠକ ବସୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟକୁ ପତ୍ରଲେଖି ନୂଆ କୋଭିଡ ପ୍ରକରଣ ଡେଲଟା ପ୍ରକରଣ ତୁଳନାରେ ତିନିଗୁଣ ଅଧିକ ସଂକ୍ରମଣ କ୍ଷମତା ରଖୁଥିବା ଚେତାଇ ଦେଇଛନ୍ତି । ଏଥିସହିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ରାତ୍ରିକାଳୀନ କର୍ଫ୍ୟୁ, ଗୋଟିଏ ସ୍ଥାନରେ ଅଧିକ ଜନସମାଗମକୁ ଅନୁମତି ନଦେବା, ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସମବେତ ଲୋକଙ୍କ ସଂଖ୍ୟା ହ୍ରାସ କରିବା ତଥା ନମୁନା ପରୀକ୍ଷା ଓ ସତର୍କ ଦୃଷ୍ଟି ରଖିବା ବ୍ୟବସ୍ଥାକୁ ବ୍ୟାପକ କରିବା ତଥା ସର୍ବୋପରି କୋଭିଡ ସମ୍ପର୍କିତ ସମସ୍ତ ନିୟମାବଳୀ କଡାକଡି ଭାବରେ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏସବୁ ସହିତ ସଂକ୍ରମଣ ଚିହ୍ନଟ ହେଉଥିବା ଅଞ୍ଚଳକୁ ତୁରନ୍ତ କ୍ଷୁଦ୍ର ଆବଦ୍ଧାଞ୍ଚଳ ଭାବରେ ଘୋଷଣା କରିବାକୁ ମଧ୍ୟ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories