www.samajalive.in
Saturday, December 13, 2025
23.1 C
Bhubaneswar

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲା ଗୋପାଳପୁର ସେକ୍ସନ ପତ୍ରାପାଲି ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଶନିବାର ଭୋରରେ ମହୁଳ ଫୁଲ ଗୋଟାଇବାକୁ ଯାଉଥିବା ଜୈନିକ ବୃଦ୍ଧଙ୍କୁ ଏକ ଦନ୍ତାହାତୀ କଚାଡି ଦଳି ମାରିଥିବା ଜଣାପଡିଛି। ମୃତ ବୃଦ୍ଧ ଜଣକ ପତ୍ରାପାଲିର ମୂରଲୀ ସା ୬୭ (ଶୁଶିଲ) ବୋଲି ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଭୋର ପ୍ରାୟ ସାଢେ ୫ ଟାରେ ମୂରଲୀ ଘର ଠାରୁ ଅନତି ଦୂର ମହୁଳ ଗଛକୁ ମହୁଲ ଫୁଲ ଗୋଟାଇବାକୁ ଯାଉଥିଲେ । ସେ ସମୟରେ ସେହି ବାଟ ଦେଇ ଏକ ପ୍ରାପ୍ତ ବୟସ୍କ ଦନ୍ତାହାତୀ ନିକଟସ୍ଥ ଗର୍ଜନପାହାଡ ପଟକୁ ଯିବା ବେଳେ ସେ ଦନ୍ତା ହାବୁଡ଼ରେ ପଡିଥିଲେ। ଆଖପାଖରେ ମହୁଲ ଗୋଟାଉଥିବା ଅନ୍ୟମାନେ ଦନ୍ତାଟି ମୂରଲୀଙ୍କ ପଟକୁ ଯାଉଥିବା ଦେଖି ଚିତ୍କାର କରିଥିଲେ ମାତ୍ର ବାର୍ଦ୍ଧକ୍ୟତା ଯୋଗୁଁ ଆଉ ଶୁଣି ପାରୁନଥିବା ମୂରଲୀ ଅନ୍ୟମାନଙ୍କ ଚିତ୍କାର ଶୁଣିପାରିନଥିଲେ। ଦନ୍ତାହାତୀଟି ମୂରଲୀଙ୍କୁ ପଛପଟୁ ତାଙ୍କ ବେକକୁ ଶୁଣ୍ଢରେ ଧରି ଉପରକୁ ଉଠେଇ ତଳେ କଚାଡି ଗୋଡରେ ଛାତିକୁ ମାଡିଦେବାରୁ ସେ ରକ୍ତ ବାନ୍ତି କରି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମହୁଲ ଗୋଟାଇବାକୁ ଯାଉଥିବା ଗ୍ରାମବାସୀ ସମସ୍ତେ ଭୟରେ ଯିଏ ଯୁଆଡେ ଦୌଡି ଥିଲେ ।

ଖବର ପାଇଁ ରେଞ୍ଜ ଅଧିକାରୀ ବିଜୟ କୁମାର ମହାପାତ୍ର, ବଲିଙ୍ଗା ଫାଣ୍ଡି ଅଧିକାରୀ ସୁମନ୍ତ ନାଏକ, ବ୍ଳକ ଅଧ୍ୟକ୍ଷା ସୁଧାରାଣୀ ରାଉଡିଆ, ଗୋପାଳପୁର ସରପଞ୍ଚ କ୍ଷମାଶିଲ ମାଝୀ, ଜିଲା ପରିଷଦ ସଭ୍ୟା ପୂରବୀ ନାଏକ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ପୁଲିସ ଶବ ଜବତ କରି ବ୍ୟବଛେଦ କରାଯାଇଛି। ବନବିଭାଗ ପକ୍ଷରୁ ତୁରନ୍ତ ୨୦ ହଜାର ଓ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ତାଙ୍କ ବିଧବା ସ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଖୁବଶୀଘ୍ର ୪ ଲକ୍ଷ ଟଙ୍କା ବିଭାଗୀୟ ସହାୟତା ରାଶି ପ୍ରଦାନ କରାଯିବାନେଇ ରେଞ ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ଗତ କିଛି ଦିନ ପୂର୍ବରୁ ଦନ୍ତାହାତୀଟି ଲେଫ୍ରିପଡା ରେଞ୍ଜରୁ ଗୋପାଳପୁର ରେଞ ମଧ୍ୟରେ ପ୍ରବେଶ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories