www.samajalive.in
Monday, December 15, 2025
14.1 C
Bhubaneswar

ଇଭିଏମ ଜାଲିଆତି – ଭୋଟ୍ ପୂର୍ବରୁ ପୁରୁଣା ବିତର୍କକୁ ନୂଆ ଜୀବନ

ଡେସ୍କ: ୨୦୨୪ ମାର୍ଚ୍ଚ ମଧ୍ୟଭାଗରେ ନିର୍ବାଚନ ପ୍ରଚାର ଆରମ୍ଭ କରିବା ସମୟରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧି ଦୁଇଟି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି: ପ୍ରଥମଟି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯାହାଙ୍କୁ ସେ ‘ରାଜା’ ବୋଲି ବର୍ଣ୍ଣନା କରିଥିଲେ ଏବଂ ଦ୍ୱିତୀୟଟି ହେଉଛି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଯାହାକୁ ଦେଶ ଭୋଟ ଦେବା ପାଇଁ ବ୍ୟବହାର କରିଥାଏ।

ରାହୁଲ ଗାନ୍ଧୀ ମୁମ୍ବାଇରେ କହିଛନ୍ତି, ରାଜାଙ୍କ ଆତ୍ମା ‘ଇଭିଏମ୍’ରେ ରହିଛି।

- Advertisement -

କୁହାଯାଉଛି ଇଭିଏମ୍ ହ୍ୟାକ୍ ହୋଇପାରେ ଏବଂ ଭାରତ ଉପରେ ମୋଦୀଙ୍କ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଆଧିପତ୍ୟ ସେହି ଦୁର୍ନୀତି ପାଇଁ ଦାୟୀ ବୋଲି ଅଭିଯୋଗ। ଯଦିଓ ଏକାଧିକ ଜନମତ ସର୍ବେକ୍ଷଣରୁ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀଙ୍କ ଦଳ ଦେଶର ଅନେକ ସ୍ଥାନରେ ଭୋଟରଙ୍କ ମଧ୍ୟରେ ବେଶ୍ ପସନ୍ଦଯୋଗ୍ୟ।

ତେବେ ଏହି ଅଭିଯୋଗ ନୂଆ ନୁହେଁ। କଂଗ୍ରେସ ଏବଂ ଅନ୍ୟ କେତେକ ବିରୋଧୀ ଦଳ ପୂର୍ବରୁ ମଧ୍ୟ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଇଣ୍ଟରନେଟ୍ ସହ ସଂଯୁକ୍ତ ହୋଇନଥିବା ଏହି ମେସିନ୍ ଚିପ୍ସରେ ଚାଲୁଛି ଏବଂ ସମାଲୋଚକମାନେ କହୁଛନ୍ତି ଯେ, ଭୋଟ ରେକର୍ଡ କରିବା ପାଇଁ ଏହାକୁ ପ୍ରୋଗ୍ରାମ କରାଯାଇ ପାରିବ ଯାହା ଭୋଟରମାନେ ଦବାଇଥିବା ବଟନ ସହିତ ମେଳ ଖାଇବ ନାହିଁ।

ଦେଶର ଭୋଟ୍ ପରିଚାଳନା କରୁଥିବା ଭାରତୀୟ ନିର୍ବାଚନ ଆୟୋଗ ଏପରିକି ସୁପ୍ରିମକୋର୍ଟ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏହି ଦାବିକୁ ପ୍ରମାଣିତ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ପ୍ରମାଣ ସାମ୍ନାକୁ ଆସିନାହିଁ। କିନ୍ତୁ ଭାରତରେ ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଥିବା ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ରାହୁଲ ଗାନ୍ଧୀ ନିର୍ବାଚନ ଜାଲିଆତିର ସମ୍ଭାବନାକୁ ଗୁରୁତ୍ୱ ଦେଇଛନ୍ତି। ଦୀର୍ଘ ପଦଯାତ୍ରାରେ ଥିବା କଂଗ୍ରେସ ନେତା ଦାବି କରୁଛନ୍ତି ଯେ ୧୯୯୦ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ନିର୍ବାଚନରେ ବ୍ୟବହୃତ ହେଉଥିବା କାଗଜ ବାଲଟକୁ ଭାରତକୁ ଫେରାଇ ଅଣାଯାଉ।

ସେହି ଦାବିକୁ ଗତ ସପ୍ତାହରେ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ନିର୍ବାଚନ ଆୟୋଗ ଏହାକୁ ଏକ ପଛୁଆ ପ୍ରସ୍ତାବ ବୋଲି କହିଛନ୍ତି। ତଥାପି କଂଗ୍ରେସ ଏବଂ ଏହାର ସମର୍ଥକଙ୍କ ଦାବି ଦୂର ହେଉନାହିଁ।

ଗାଜା ଉପରେ ଇସ୍ରାଏଲ ଆକ୍ରମଣ – ୨୪ ଘଣ୍ଟାରେ ୭୧ ମୃତ

କଂଗ୍ରେସ ନେତା ଦିଗବିଜୟ ସିଂହ ମେସିନ୍ ବିରୋଧରେ ନିରନ୍ତର ଅଭିଯାନ ଚଳାଇଛନ୍ତି। କାଗଜ ବାଲାଟକୁ ଫେରାଇ ଆଣିବା ପାଇଁ ଦାବି କରୁଥିବା ଦେଶର ବିରୋଧୀ ଦଳ ଏବଂ ଅଣଲାଭକାରୀ ସଂସ୍ଥାଗୁଡ଼ିକର ସମାଲୋଚକଙ୍କ ଏକ ଗୋଷ୍ଠୀର ସେ ନେତୃତ୍ୱ ନେଉଛନ୍ତି। ସେହିପରି ଯୁବ ଦଳିତ ଶିକ୍ଷାବିତ୍ ରିତୁ ସିଂହ ୟୁଟ୍ୟୁବ୍, ଏକ୍ସ ଏବଂ ଇନଷ୍ଟାଗ୍ରାମରେ ନିଜର ମନ୍ତବ୍ୟ, ଭାଷଣ ଏବଂ ଭିଡିଓ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛନ୍ତି, ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ଇଭିଏମ୍ ଦ୍ୱାରା ଭାରତୀୟ ଗଣତନ୍ତ୍ର ବିପଦରେ ପଡ଼ିଛି।

ଝାଡ଼ଖଣ୍ଡର ଗ୍ରୀଗୋରି ଏକ୍କା କହିଛନ୍ତି, ଆମେ ସମସ୍ତେ କଂଗ୍ରେସକୁ ଭୋଟ୍ ଦେଇଥାଉ, କିନ୍ତୁ ଆମର ଭୋଟ୍ କୁଆଡ଼େ ଯାଉଛି ତାହା ଆମେ ଜାଣିନାହୁଁ। ଇଭିଏମ୍ ନ ଯିବା ପର୍ଯ୍ୟନ୍ତ ବିଜେପି କ୍ଷମତାରେ ରହିବ।

ଇଭିଏମ୍ ଉପରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ନିର୍ବାଚନ ଆୟୋଗ ୨୦୧୩ରେ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ ବା ଭିଭିପିଏଟି ପ୍ରଚଳନ କରିଥିଲେ, ଯାହା ଏକ କାଗଜର ସ୍ଲିପ୍ ଯାହା ଭୋଟରଙ୍କୁ ୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହୁଏ ଏବଂ ଏହା ଭୋଟିଂ ମେସିନ୍ ପାଖରେ ରଖାଯାଇଥିବା ବକ୍ସରେ ରହିଯାଏ। କାଗଜପତ୍ରରେ ଜଣେ ଭୋଟର ଯାଞ୍ଚ କରିପାରିବେ ଯେ ତାଙ୍କର ମତଦାନ ସଠିକ୍ ଭାବେ ରେକର୍ଡ ହୋଇଛି କି ନାହିଁ।

୨୦୧୭ ମସିହାରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ ଯେ, ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ହାତଗଣତି ମତଦାନ କେନ୍ଦ୍ରରେ ଭିଭିପିଏଟି ସ୍ଲିପରେ ଭୋଟ୍ ଗଣତି କରାଯିବ। କଂଗ୍ରେସ ଓ ଅନ୍ୟ କେତେକ ବିରୋଧୀ ଦଳ ଏବେ ଦେଶର ସମସ୍ତ ମତଦାନ କେନ୍ଦ୍ରରେ ଭିଭିପିଏଟି ସ୍ଲିପ୍ ଗଣତି କରିବାକୁ ଦାବି କରୁଛନ୍ତି।

କିନ୍ତୁ ବରିଷ୍ଠ ନିର୍ବାଚନ ଅଧିକାରୀ ଏବଂ ସ୍ୱାଧୀନ ବିଶ୍ଳେଷକମାନେ କହିଛନ୍ତି ଯେ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବାରେ ବିରୋଧୀ ଭୁଲ କରୁଛନ୍ତି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସୱାଇ କୁରେଶୀ କହିଛନ୍ତି ଯେ ସେ ନିଶ୍ଚିତ ଯେ କୌଣସି ନିର୍ବାଚନରେ ଜାଲିଆତି “ଇଭିଏମ ମାଧ୍ୟମରେ” ହୋଇପାରିବ ନାହିଁ। ନିର୍ବାଚନ ଆୟୋଜନ କରୁଥିବା ଏକ ସ୍ୱାଧୀନ ସଂସ୍ଥା ଭାବରେ ନିର୍ବାଚନ କମିଶନଙ୍କ ଉପରେ ବିଶ୍ୱାସ ପୁନଃ ସ୍ଥାପନ କରିବା ପାଇଁ ସେ ଭିଭିପିଏଟି ସ୍ଲିପ୍ ଗଣନାକୁ ସମର୍ଥନ କରନ୍ତି ବୋଲି ସେ କହିଛନ୍ତି। ଏପରିକି ଯଦି ଇଭିଏମ୍ ଗଣତି ସହ ମେଳ ଖାଇବା ପାଇଁ ଏହି ଭିଭିପିଏଟି ସ୍ଲିପ୍ ଗଣନା କରିବାକୁ ଅଧିକ ଦିନ ଲାଗିଯାଏ, ତେବେ ଏହା କରାଯିବା ଉଚିତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories