www.samajalive.in
Monday, December 15, 2025
15.1 C
Bhubaneswar

ବିଦୁରଙ୍କ ସାଧନାଭୂମି ଓଳକଣା

ପୁରାଣବର୍ଣ୍ଣିତ ତଥା ଦିନିକିଆ ଅସାଧାରଣ ଓଳକଣା ଦୋଳ ମେଳଣ ଚଳିତ ଫାଲଗୁନ ମାସ ପୂର୍ଣ୍ଣିମା ତିଥିର ପ୍ରତ୍ୟୁଷରେ ଅନୁଷ୍ଠିତ ହେବ। ଓଳକଣା ମେଳଣ ପଡ଼ିଆଟି ଅବିଭକ୍ତ କଟକ ଜିଲାର ହଳଦିଆ ଏବଂ ଏଣ୍ଡର ପଞ୍ଚାୟତର ମଧ୍ୟସ୍ଥଳରେ ଅବସ୍ଥିତ। ଓଳକଣା ମେଳଣ ପୁରାଣ ଯୁଗରୁ ଆପଣାଛାଏଁ ଅନୁଷ୍ଠିତ ହୋଇଆସୁଛି। ମେଳଣ ପଡ଼ିଆର ଗୋଟିଏ ଅଂଶ ରାଜଯୋଡ଼ା ଭାବେ ଜଣାଶୁଣା। ଏଠାରେ ଆଳି ରାଜାଙ୍କ ବିମାନକୁ ଗୋଟିଏ ଚାନ୍ଦୁଆ ତଳେ ନିର୍ମିତ ବେଦୀ ଉପରେ ରଖାଯାଏ। ପାରମ୍ପରିକ ଶାଳୀନତା ଦୃଷ୍ଟିରୁ ଏହି ବିମାନ ଆସନ ଗ୍ରହଣ କରିବା ପରେ ରାଜଯୋଡ଼ାର ଅନ୍ୟ ବିମାନମାନେ ଆସୀନ ହୋଇଥାନ୍ତି।
ରଜାଘର ବିମାନ ସହ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ବି ପଡ଼ିଆରେ ପ୍ରବେଶ କରିଥାନ୍ତି। ପଡ଼ିଆର ପୂର୍ବ ଦିଗରୁ ଆସୁଥିବା ରଜାଘର ବିମାନ ପ୍ରବେଶ ନ କରିବା ପର୍ଯ୍ୟନ୍ତ ଅନ୍ୟ କୌଣସି ବିମାନ ପଡ଼ିଆକୁ ଆସନ୍ତି ନାହିଁ। ରଜାଘର ବିମାନ ପଡ଼ିଆରେ ଆସୀନ ହେବା ପରେ ତାଙ୍କ ପାଖରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ଆସନ ଗ୍ରହଣ କରିଥାନ୍ତି।
ରଜାଘର ବିମାନ ପଛେ ପଛେ ପୂର୍ବ ଦିଗରୁ ଆସୁଥିବା ଅନ୍ୟ ବିମାନମାନେ ଓଳକଣା ମେଳଣ ପଡ଼ିଆରେ ପ୍ରବେଶ କରନ୍ତି। ପଶ୍ଚିମ ଦିଗରୁ ଲଳିତଗିରି ବିମାନ ଆସି ପହଞ୍ଚିଯିବା ପରେ ଅନ୍ୟ ବିମାନମାନେ ଉପସ୍ଥିତ ହୋଇଯାନ୍ତି। ଉତ୍ତର ଦିଗରୁ ଓଳାଶୁଣୀ ଗୁମ୍ଫା ମନ୍ଦିରର ବିମାନ ସହିତ ଓଳକଣା ମିଶ୍ରଘର ବିମାନ ଓ ଦକ୍ଷିଣ ଦିଗରୁ ଓଳକଣା ଗ୍ରାମର ‘ମଣ୍ଡୁଆ ବିମାନ’ ପ୍ରବେଶ କଲା ପରେ ଅନ୍ୟ ବିମାନଗୁଡ଼ିକ ତା’ର ପଛକୁ ପଛ ଆସି ଉପସ୍ଥିତ ହୋଇଥାନ୍ତି। ସଳକଣା ଗ୍ରାମରୁ ଆସୁଥିବା ବିମାନର ‘ମଣ୍ଡୁଆ’ ନାମକରଣ ପଛରେ ବିଭିନ୍ନ କଥା ଶୁଣାଯାଏ। ମହାଭାରତର ମହାଚରିତ୍ର ‘ଭୀମ’ ଏହି ସ୍ଥାନରେ ‘ମଣ୍ଡାସୁର’କୁ ନିଧନ କରିଥିବାରୁ ଏହି ବିମାନର ନାମ ମଣ୍ଡୁଅ ବିମାନ ହୋଇଛି ବୋଲି କୁହାଯାଏ। ମଣ୍ଡୁଅ ଠାକୁର କହିଲେ ରାଧାକୃଷ୍ଣଙ୍କ ପ୍ରତିମାକୁ ବୁଝାଇଥାଏ। ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ସାମ୍ନାରେ ଧାନ କଳସୀ ରଖାଯାଏ। ମେଳଣ ସରିଯିବା ପରେ ଏହି ବିମାନ ଉଠିଯାଏ। ଏହି ଧାନକୁ ନେବା ଲାଗି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ଭିତରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥାଏ। ଏହା କେଉଁ ଯୁଗର ପ୍ରାଚୀନ ପରମ୍ପରା। ମେଳଣ ପଡ଼ିଆରେ ସବୁ ବିମାନ ଆସୀନ ହେବା ପରେ ଧଳାଲୁଗା ଠାକୁରଙ୍କ ଆଗରେ ବିଛାଯାଏ। ଶ୍ରଦ୍ଧାଳୁମାନେ ଆଣିଥିବା ମାନସିକ ଭୋଗ ଠାକୁରମାନଙ୍କୁ ଅର୍ପଣ କରିଥାନ୍ତି।
ମନ୍ଦିର ମାଳିନୀ ଓଳକଣା ପଡ଼ିଆ ମଧ୍ୟରେ ବିଦୁରଙ୍କ ମନ୍ଦିର, ଅଷ୍ଟଶମ୍ଭୂ ମନ୍ଦିର, ମା’ ବାସନ୍ତୀଙ୍କ ମନ୍ଦିର, ଉଦ୍ଧବ ମନ୍ଦିର, ନୂତନ ଭାବେ ନିର୍ମିତ ଜଗନ୍ନାଥ ମନ୍ଦିର, ପୁରାଣ ପ୍ରସିଦ୍ଧ ବଟବୃକ୍ଷ ବା ‘ରତ୍ନବଟ’, ମହାଦେବଙ୍କ ଚାନ୍ଦିନୀ ପ୍ରଭୃତି ଅନ୍ତର୍ଭୁକ୍ତ ଏବଂ ମେଳଣ ପଡ଼ିଆ ଭିତରେ ତିନିକୋଣରୁ ତିନିଟି ଖୁମ୍ବ ଉପରେ ପୂଜା ପାଉଥାନ୍ତି ବିଷ୍ଣୁଙ୍କ ବାହନ ଗରୁଡ଼ ଓ ଶିବଙ୍କ ବାହାନ ବୃଷଭ। ମେଳଣ ପଡ଼ିଆ ପାଖରେ ଗୁରୁ ଦ୍ରୋଣଦେବଙ୍କ ମନ୍ଦିର, ହନୁମାନ ମନ୍ଦିର ଓ ଅଦୂରବର୍ତ୍ତୀ ପଞ୍ଚୁପାଣ୍ଡବ ଛକଠାରେ ପାଣ୍ଡବ ପାଞ୍ଚଭାଇଙ୍କ ମନ୍ଦିର, କୁନ୍ତୀ ଓ ଦ୍ରୌପଦୀଙ୍କ ମନ୍ଦିର ଆଦି ଶୋଭା ପାଉଛି।
ଭକ୍ତଶ୍ରେଷ୍ଠ ବିଦୁରଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଇଥିବା ପ୍ରତିଶ୍ରୁତିର ଫଳସ୍ବରୂପ ଓଳକଣା ମେଳଣ ପଡ଼ିଆର ଗୋଟିଏ କୋଣରେ ବିରାଜମାନ କରୁଥିବା ବିଦୁରଙ୍କୁ ଦେଖା ଦେବା ଲାଗି ବୀରଭଦ୍ରେଶ୍ବର ପୀଠରୁ ‘ହରି’ ଓ ‘ହର’ ରୂପରେ ଗୋଟିଏ ବିମାନରେ ବାହାରି ଓଳକଣା ଅଭିମୁଖେ ଯାତ୍ରା କରିଥାନ୍ତି। ପ୍ରତିବର୍ଷ ଫଗୁ ପୂର୍ଣ୍ଣିମାର ବ୍ରାହ୍ମମୁହୂର୍ତ୍ତରେ ହିଁ ସେ ତାଙ୍କ ‘ହରି’ ଓ ‘ହର’ ରୂପ ଦେଖାଇଥାନ୍ତି।

ଦେବେନ୍ଦ୍ର କୁମାର ସାହୁ,

- Advertisement -

ଅଧ୍ୟକ୍ଷ, ଓଳକଣା ମେଳଣ ପ୍ରଚାର କମିଟି, ମାହାଙ୍ଗା, କଟକ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories