ଓଲା-ଉବର ଆରମ୍ଭ କଲେ ନୂଆ ସେବା, ଅଟୋ ରିକ୍ସା ଚାଳକଙ୍କୁ ମିଳିବ ସମ୍ପୂର୍ଣ୍ଣ ପଇସା
ନୂଆଦିଲ୍ଲୀ : ଏଣିକି ଓଲା ଏବଂ ଉବରରୁ ଟ୍ୟାକ୍ସି ସେବା ଦେଉଥିବା ଅଟୋ ରିକ୍ସା ଚାଳକଙ୍କୁ ଏଣିକି ପ୍ରତି ରାଇଡରେ ସମ୍ପୂର୍ଣ୍ଣ ପଇସା ମିଳିବ । ଏଥିପାଇଁ ଉଭୟ କ୍ୟାବ୍ ସର୍ଭିସ୍ ଦେଉଥିବା କମ୍ପାନୀ ସବସ୍କ୍ରିପ୍ସନ ପ୍ଲାନ୍ ନେଇଆସିଛି ।
ଏହି ଯୋଜନାର ଫାଇଦା ଅଟୋ ଡ୍ରାଇଭରଙ୍କୁ ମିଳିବ କାରଣ ଏଣିକି ତାଙ୍କୁ କମ୍ପାନୀକୁ କମିଶନ ଦେବାକୁ ପଡିବନି । ଏଭଳି ସେବା ପୂର୍ବରୁ ନମ୍ମା ଯାତ୍ରୀ ଏବଂ ରାପିଡୋ ଆରମ୍ଭ କରିସାରିଛନ୍ତି । ଓଲା ଦିଲ୍ଲୀ-ଏନସିଆର୍, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସମେତ କିଛି ବଡ ସହରରେ ଏହି ମଡେଲର ଆରମ୍ଭ କରିଛି । ସେହିଭଳି ଉବରର ଏହି ସେବା ଚେନ୍ନାଇ, କୋଚି ଏବଂ ବିଶାଖାପାଟନମ୍ ସମେତ ୬ ସହରରେ ମିଳିବ ।
୧୦ ଏପ୍ରିଲରେ ବଜାଜ ଆଣିବ ନିଜ ଦମଦାର ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ
ଏହି ନୂଆ ପ୍ଲାନ୍ ଅନୁସାରେ ସଂସ୍ଥା ପ୍ରତି ରାଇଡରେ ଅଟୋ ଡ୍ରାଇଭରଠୁ କମିଶନ ନେବା ବଦଳରେ ଏକ ନିର୍ଦ୍ଧାରିତ ଫି ଆଦାୟ କରିବ । ଏହା ସପ୍ତାହକୁ ଥରେ ଆଦାୟ କରାଯିବ । ଏଥିରେ ଗ୍ରାହକଙ୍କ ତରଫରୁ ରାଇଡ୍ ବୁକ କରାଗଲା ଅଟୋର ଭଡା ସିଧା ଡ୍ରାଇଭରଙ୍କ ପକେଟକୁ ଯିବ ।
Comments are closed.