‘କେବଳ ଛୋଟ ଇଲେକ୍ଟ୍ରିକ୍ କାରରେ ସବସିଡି ମିଳିବା ଉଚିତ୍’

ନୂଆଦିଲ୍ଲୀ : ସ୍କୋଡା ଫକ୍ସଓ୍ବାଗନ ଇଣ୍ଡିଆର କହିବାନୁସାରେ ସରକାର କେବଳ ୪ ମିଟରରୁ ଛୋଟ ଇଲେକ୍ଟ୍ରିକ୍ କାର ପାଇଁ ହିଁ ୫ ପ୍ରତିଶତ ଜିଏସଟି ବେନିଫିଟ୍ ରିଜର୍ଭ କରିବା ଉଚିତ୍ । କମ୍ପାନୀର କହିବାନୁସାରେ ବଡ ଏବଂ ମହଙ୍ଗା ଇଲେକ୍ଟ୍ରିକ୍ କାରକୁ ସବସିଡି ଦେଲେ ରାଜସ୍ବ ସମସ୍ୟା ଏବଂ ଆର୍ଥିକ ସମସ୍ୟା ବଢିବ । ସ୍କୋଡା ଫକ୍ସଓ୍ବାଗନ ଇଣ୍ଡିଆ କହିଛି କି ସରକାରଙ୍କୁ ସବସିଡି ଦେଇ ଛୋଟ ଇଲେକ୍ଟ୍ରିକ୍ କାରକୁ ପ୍ରୋତ୍ସାହନ ଦେବା ଉଚିତ୍ ଯାହା ଫଳରେ ଅଧିକରୁ ଅଧିକ ଲୋକେ ଇଲେକ୍ଟ୍ରିକ୍ କାର୍ କିଣିପାରିବେ ।

ଯିଏ ୬୦ ଲକ୍ଷ ଟଙ୍କାର ଗାଡି କିଣୁଛି ତାକୁ ସବସିଡି ଦେବାର କ’ଣ ଆବଶ୍ୟକତା ବୋଲି ପ୍ରଶ୍ନ କରିଛନ୍ତି ସ୍କୋଡା ଇଣ୍ଡିଆର ବ୍ରାଣ୍ଡ୍ ଡାଇରେକ୍ଟର ପେଟ୍ର ଜେନେବା । ୟୁରୋପ, ଆମେରିକା ଏବଂ ଚୀନ ଆଦି ଦେଶରେ ଛୋଟ ଗାଡି ଉପରେ ସବସିଡି ଦିଆଯାଉଥିବା ସେ ଦର୍ଶାଇଛନ୍ତି । ଯାହା ଫଳରେ ଅଧିକ ଲୋକେ ଇଭି କିଣିପାରିବେ । ଯଦି ମହଙ୍ଗା ଗାଡିରେ ମଧ୍ୟ କମ୍ ଜିଏସଟିର ଫାଇଦା ଦିଆଯିବ ତେବେ ସବସିଡି ବହୁତ ଜଲଦି ସରିଯିବ । ସେ କହିଛନ୍ତି କି ଇଲେକ୍ଟ୍ରିକ୍ କାର ବଜାର ମଧ୍ୟ ପେଟ୍ରୋଲ-ଡିଜେଲ କାର ଟ୍ୟାକ୍ସ ବ୍ୟବସ୍ଥା ଭଳି ହୋଇଯିବା ଉଚିତ୍ ଯାହା ଫଳରେ ଛୋଟ ଗାଡି ଏବଂ ସାଧାରଣ ଗାଡି କିଣୁଥିବା ଲୋକଙ୍କୁ ଫାଇଦା ମିଳିପାରିବ ।

Comments are closed.