www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ‘ଓଜସ୍ବିନୀ ଓଡ଼ିଶା’ ମହାଲଢ଼େଇ

କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ଅବସରରେ ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ଓଡ଼ିଆ ବାଗ୍ମିତାର ଶୀର୍ଷ ସମ୍ମାନ ସ୍ବରୂପ ରାଜ୍ୟସ୍ତରୀୟ ‘ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା’ ଆଜି ଅନୁଷ୍ଠିତ ହେବ। ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ହୋଇଥିବା ୨୮ ପ୍ରତିଯୋଗୀ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅଂଶଗ୍ରହଣ କରିବେ। ପୂର୍ବାହ୍ଣ ୧୦ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ।  କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ବରୂପ ପ୍ରମାଣପତ୍ର, ସ୍ମୃତି ଚିହ୍ନ ଏବଂ ଅର୍ଥରାଶି ପ୍ରଦାନ କରାଯିବ। ଏଥିସହ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ସ୍ମୃତିଚିହ୍ନ ଦିଆଯିବ। ଏହି ପ୍ରତିଯୋଗିତାର ତିନିଟି ପର୍ଯ୍ୟାୟରୁ ଦୁଇଟି ପର୍ଯ୍ୟାୟ ଶେଷ ହୋଇସାରିଛି। ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ବକ୍ତୃତାର ମହାଲଢ଼େଇ ହେବ। ପ୍ରଥମେ ରାଜ୍ୟର ୨୮ ଜିଲାର ବ୍ଲକ ଏବଂ ସହରାଞ୍ଚଳରେ ବ୍ଲକସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଜୁନ୍‌ ୨୨ ତାରିଖରେ ହୋଇଥିଲା। ଏଥିରେ ୧୦ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ‘ଗୋପବନ୍ଧୁଙ୍କ ସ୍ବପ୍ନର ଓଡ଼ିଶା’ ଶୀର୍ଷକ ବିଷୟ ଉପରେ ପ୍ରତିଯୋଗୀମାନେ ବକ୍ତୃତା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୧୫ ପ୍ରତିଯୋଗୀ ଜିଲାସ୍ତରକୁ ଉନ୍ନୀତ ହୋଇଥିଲେ। ଏହାପରେ ୨୪ ତାରିଖରେ ଜିଲାସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ‘ଜନସେବୀ ଗୋପବନ୍ଧୁ’ ବିଷୟବସ୍ତୁରେ ସବୁ ପ୍ରତିଯୋଗୀ ବେଶ୍‌ ହୃଦୟସ୍ପର୍ଶୀ ବକ୍ତୃତା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ଜଣ ଚୂଡ଼ାନ୍ତ ପର୍ଯ୍ୟାୟ ବା ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ। ବିଶେଷକରି ବିଷୟ ପ୍ରବେଶ, ବାଗ୍ମିତା ଏବଂ ଭାଷାଜ୍ଞାନକୁ ଦୃଷ୍ଟିରେ ରଖି ପ୍ରତିଯୋଗୀଙ୍କର ମୂଲ୍ୟାୟନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସମସ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories