ଭୁବନେଶ୍ଵର: ଆଜି ଗୁରୁବାର ଜୁନ ୨୬ ତାରିଖ ପୂର୍ବାହ୍ନରେ କଟକ ଶାରଳା ଭବନରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା। ଏହାର ବିଷୟବସ୍ତୁ ରହିଛି- ‘‘ଓଡ଼ିଆ ଭାଷା ସାହିତ୍ୟକୁ ଗୋପବନ୍ଧୁଙ୍କ ଅବଦାନ’’।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଉପଲକ୍ଷେ ଏହି ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଉଛି। ତରୁଣ ପିଢିର ଚିନ୍ତା ଓ ଚେତନାର ଅନନ୍ୟ ପରିପ୍ରକାଶ ପାଇଁ ସମାଜ ପକ୍ଷରୁ ଏହି ଅଭିନବ ପ୍ରୟାସ ଜାରି ରହିଛି।



