ମୋଦିଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ ‘ତେଲ ଦର କମା’

0

ନୂଆଦିଲ୍ଲୀ : ଭାରତ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲିଙ୍କ ଫିଟନେସ୍‍ ଚ୍ୟାଲେଞ୍ଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିବା ପରେ ଏହାର ସୁଯୋଗ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦିଙ୍କୁ ଏକ ନୂଆ ଆହ୍ୱାନ ଦେଇଛନ୍ତି। ରାହୁଲ ଟ୍ୱିଟ୍‍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ତୈଳ ଦର ହ୍ରାସ କର ନଚେତ୍‍ ଦେଶବ୍ୟାପୀ ଆନ୍ଦୋଳନକୁ ସାମ୍ନା କର’ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ଉଲ୍ଲେଖ ଯେ ବିରାଟ କୋହଲି ସାମାଜିକ ଗଣମାଧ୍ୟମରେ ଏକ ଫିଟନେସ୍‍ ଭିଡ଼ିଓ ଅପଲୋଡ଼ କରି ପ୍ରଧାନମନ୍ତ୍ରୀଙ୍କୁ ଫିଟନେସ୍‍ ଚ୍ୟାଲେଞ୍ଜ ଦେଇଥିଲେ। କିଛି ସମୟ ମଧ୍ୟରେ ଭିଡ଼ିଓଟି ଭାଇରାଲ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ବିରାଟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ତୁରନ୍ତ ସେ ନିଜ ଫିଟନେସ୍‍ ଭିଡ଼ିଓ ଅପଲୋଡ଼ କରିବେ ବୋଲି ଉତ୍ତର ଦେଇଥିଲେ। ଏହାପରେ ରାହୁଲ ଗାନ୍ଧି ଟ୍ୱିଟ୍‍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତେଲ ଦର କମାଇବାକୁ ଚ୍ୟାଲେଞ୍ଜ ଦେଇଥିଲେ। ଉଲ୍ଲେଖ ଯେ ଏବେ ମୁମ୍ବଇରେ ପଟ୍ରୋଲ ଦର ଲିଟର ପିଛା ୮୫.୨୯ ଏବଂ ଡିଜେଲ ୭୨.୯୬ ଟଙ୍କାରେ ପହଞ୍ଚିଥିଲାବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୭.୪୭ ଏବଂ ଡିଜେଲ ୬୮.୫୩ ଟଙ୍କାରେ ପହଞ୍ଚିଛି। କୋହଲିଙ୍କ ଚ୍ୟାଲେଞ୍ଜକୁ ମୋଦି ଗ୍ରହଣ କରିବା ପରେ ଏହାର ସୁଯୋଗରେ ରାହୁଲ ଏହି ଟ୍ୱିଟ୍‍ କରିଛନ୍ତି।

Leave A Reply