www.samajalive.in
Monday, December 15, 2025
24.1 C
Bhubaneswar

୬୦ ନମ୍ବର ଜାତୀୟ ରାଜପଥରରୁ ତେଲ ବୋଝେଇ ଟ୍ରକ ଅପହରଣ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା  ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଠାରୁ ତେଲ ବୋଝେଇ ଟ୍ରକ ଅପହ୍ରୁତ ହୋଇଛି। ଏକତାଳି ଛକ ଠାରେ ଦୁଇଜଣ ଯୁବକ ଆସଲାମ୍ ଅନସାରି ଓ ଇସଗାନ ଅନସାରି ନିଶାଶକ୍ତ ଓ ଆହତ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ରେ ଜଳେଶ୍ୱର ଜି.କେ ଭଟ୍ଟର ହସ୍ପିଟାଲ ଆଣିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ପଠାଯାଇଛି। ସେମାନଙ୍କ ଘର ଝାରଖଣ୍ଡ ରାଜ୍ୟରେ। ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ଠାରୁ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ମଧ୍ୟରେ ଅତୀତରେ ବହୁ ଟ୍ରକ ଟ୍ୟାଙ୍କର ଅପହ୍ରୁତ ହେଉଥିବାର ନଜିର ରହିଛି।ସେମାନେ ଆଜି ୬୦ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା ବେଳେ ଦୁର୍ବୃତ୍ତ ମାନେ କୌଶଳ କରି ସେମାନଙ୍କୁ ମାଦକ ଦ୍ରବ୍ୟ ସେବନ କରାଇ ରାସ୍ତାକଡ଼କୁ ଫିଙ୍ଗିଦେଇଥିବା ଓ ପରେ ଟ୍ରକ ଅପହରଣ କରିଥିବା କୁହାଯାଉଛି। ଅତୀତରେ ଜଣେ ଡ୍ରାଇଭରର ମୃତ ଦେହ ସୁବର୍ଣ୍ଣରେଖା ପୋଲ ତଳୁ ମିଳିଥିଲା ବେଳେ ଅନ୍ୟ ତିନୋଟି ଘଟଣାରେ ଡ୍ରାଇଭର ଓ ହେଲ୍ପରଙ୍କୁ ଏହି ଅଞ୍ଚଳରୁ ଅପହରଣ କରି ମୟୁରଭଂଜ ଜିଲ୍ଲାର ଜଙ୍ଗଲରୁ ଉଦ୍ଧାର କରାଯାଇଛି,କିନ୍ତୁ କୌଣସି ଯାନର ପତ୍ତା ମିଳିନାହିଁ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories