www.samajalive.in
Saturday, December 13, 2025
14.1 C
Bhubaneswar

ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା : ୫ଚୋରି ମୂର୍ତ୍ତି ଉଦ୍ଧାର, ଜଣେ ଚୋର ଗିରଫ

ପିପିଲି : ପିପିଲି ଥାନା ଅନ୍ତର୍ଗତ କାକୁଡିଆ ଗ୍ରାମ ସ୍ଥିତ ପ୍ରାଚୀନ କଳା ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ମଧ୍ୟରୁ ୫ ଗୋଟି ପ୍ରାଚୀନ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଧାଫାସ କରିବାରେ ପିପିଲି ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ଚୋରି ହୋଇଥିବା ସମସ୍ତ ୫ଟି ପ୍ରାଚୀନ ମୂର୍ତ୍ତିକୁ ଉଦ୍ଧାର କରିବା ସହ ମୂର୍ତ୍ତିଚୋରି ର‍୍ୟାକେଟ୍‍ର ଜଣେ ସଦସ୍ୟକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ବାପୁନି ପାଢୀ(୨୯) ଓ ତାର ଘର କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଛେନାପତି ଗ୍ରାମରେ ହୋଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତକୁ ଆଜି ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

- Advertisement -

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଜାନୁୟାରୀ ମାସ ୩୦ ତାରିଖ ବିଳମ୍ବିତ ରାତିରେ କାକୁଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ପୂଜା ପାଉଥିବା ଚଳନ୍ତି ପ୍ରତିମା ରାଧା, କୃଷ୍ଣ, ମହାଲକ୍ଷ୍ମୀ, ପ୍ରଭୂ ନାରାୟଣ ଓ ଗରୁଡ ଦେବଙ୍କ ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି ହୋଇଯାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହି ଚୋରି ପଛରେ ଆନ୍ତଃରାଜ୍ୟ ମୂର୍ତ୍ତିଚୋର ରାକେଟ୍‍ ସଂପୃକ୍ତି ଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା। ଏ ସଂପର୍କରେ ମନ୍ଦିରର ମୁଖ୍ୟପୂଜକ ଜନାର୍ଦ୍ଦନ ଦିକ୍ଷିତଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିଲା। ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ଓ ଅନ୍ୟ ପୁଲିସ ଅଫିସରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍‍ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ପେଷାଦାର ମୂର୍ତ୍ତିଚୋରଙ୍କ ସଂପର୍କରେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରିଥିଲେ। ଭୁବନେଶ୍ୱର ଏସ୍‍ଟିଏଫ୍‍ ଇନିସ୍‍ପେକ୍ଟର ଏସ୍‍.ବେଉରିଆଙ୍କ ସହଯୋଗରେ ପୁଲିସ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଏକ ଭଡା ଘର ଉପରେ ଚଢାଉ କରି ସେଠାରୁ ଉକ୍ତ ଚୋରି ହୋଇଥିବା ୫ଟି ମୂର୍ତ୍ତିକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପୁନି ପାଢୀକୁ ଗିରଫ କରିବାରେ ସଫଳ ହୋଇଥିଲା।

ଏହି ମୂର୍ତ୍ତିଚୋରି ରାକେଟ୍‍ର ମୁଖ୍ୟ ସମେତ ଅନ୍ୟମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରର ପୂଜକ ଓ କାକୁଡିଆ ଗ୍ରାମବାସୀଙ୍କୁ ଥାନାକୁ ଡକାଇ ଉଦ୍ଧାର ହୋଇଥିବା ମୂର୍ତ୍ତି ଗୁଡିକୁ ଆଜି ଆଇଆଇସି ସେମାନଙ୍କୁ ହସ୍ତାନ୍ତର କରିଥିଲେ। ନିଜର ଆରାଧ୍ୟ ଠାକୁରଙ୍କୁ ଫେରିପାଇ ଗ୍ରାମବାସୀମାନେ ଅତ୍ୟନ୍ତ ଭାବବିହ୍ୱଳ ହେବା ସହ ଥାନା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରାଚୀନ କଳା, ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁରାଣ ପ୍ରସିଦ୍ଧ ମନ୍ଦିରକୁ ଗଙ୍ଗ ବଂଶୀୟ ଦ୍ୱିତୀୟ ନରସିଂହ ଦେବଙ୍କ ରାଜତ୍ୱ କାଳରେ ୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories