www.samajalive.in
Sunday, December 7, 2025
26.1 C
Bhubaneswar

୪୦ହଜାରରୁ ଅଧିକ ଶବଦାହ କରି ସାରିଲେଣି ଲକ୍ଷ୍ମୀ

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଆମ ସମାଜରେ ମହିଳାଙ୍କୁ ଶ୍ମଶାନକୁ ଯିବାକୁ ବାରଣ କରାଯାଏ। ହେଲେ ଏଠାରେ ଏମିତି ଜଣେ ମହିଳାଙ୍କ କଥା କହୁଛୁ ଯିଏ କି ଶ୍ମଶାନ ଭିତରେ ରହିବା ସହ ଶବଦାହ କରନ୍ତି। ଶ୍ମଶାନକୁ ମୃତଦେହ ଆସିବା ମାତ୍ରେ ମହିଳା ଜଣଙ୍କ ସବୁ ସାମଗ୍ରୀ ଯୋଗାଡ କରିବାରେ ଲାଗିପଡନ୍ତି। ୧୪ବର୍ଷ ଧରି ଶବଦାହ କାର୍ଯ୍ୟ କରୁଛନ୍ତି ଲକ୍ଷ୍ମୀ ଜେନା। ମୟୂରଭଞ୍ଜ ଜିଲା ବାରିପଦାର ବାସିନ୍ଦା ହେଉଛନ୍ତି ଲକ୍ଷ୍ମୀ। ପୂର୍ବରୁ ଲକ୍ଷ୍ମୀଙ୍କ ସ୍ୱାମୀ ଏହି ଶ୍ମଶାନ ଦାୟିତ୍ୱରେ ରହି କାମ କରୁଥିଲେ। କିନ୍ତୁ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଭଲ ନରହିବାରୁ ଲକ୍ଷ୍ମୀ ଏହି ଦାୟିତ୍ୱ ନିଜେ ଗ୍ରହଣ କରିନେଇ ସଠିକ୍‍ ଭାବେ ନିର୍ବାହ କରୁଛନ୍ତି। ୫ସନ୍ତାନଙ୍କୁ ନେଇ ଶ୍ମଶାନ ଭିତରେ ରହୁଛନ୍ତି ଲକ୍ଷ୍ମୀ। ନିଜ କାମକୁ ବହୁତ ଭଲ ପାଆନ୍ତି ସେ। ମାନବ ସେବାକୁ ଧର୍ମ ଭାବି ଲକ୍ଷ୍ମୀ ଏହି ସେବା କରୁଥିବା ମୟୂରଭଞ୍ଜ ପୌରପାଳିକାର ଅଧ୍ୟକ୍ଷ କୃଷ୍ଣନନ୍ଦ ମହାନ୍ତି କହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories