ଭୁବନେଶ୍ଵର: ଚଳିତ ମାସ୨୩ ରୁ ୨୭ ତାରିଖ ଯାଏ ଗୋଆର ମଡ଼ଗାଓଠାରେ ଅନୁଷ୍ଠିତ ୩୫ତମ ଜାତୀୟ ସିନିୟର ସେପକ୍-ଟାକ୍ର ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ଡବଲ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରି ଗୌରବ ଅର୍ଜ୍ଜନ କରିଛି। ଓଡ଼ିଶା ପାଇଁ ସଂଗିତା କିସାନ, ଏ ଶ୍ରାବଣୀ ଓ ଗାୟତ୍ରୀ ସାହୁ ପ୍ରତିଦ୍ବନ୍ଦିତା କରୁଥିଲେ। ଓଡ଼ିଶା ଦଳର ଏହି ପ୍ରଦର୍ଶନ ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଏବଂ ନିର୍ଦ୍ଦେଶକ ଅଭିନନ୍ଦନ ଜଣେଇବା ସହ ଖେଳାଳୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ରାଜ୍ୟ ସଂଘ ତରଫରୁ ସଭାପତି ସତ୍ୟବ୍ରତ ରଥ, ସମ୍ପାଦକ ପୃଥିରାଜ୍ ସାହୁ, କୋଷାଧ୍ୟକ୍ଷ ନିରୋଦ ସ୍ୱାଇଁ, ଉପସଭାପତି ପ୍ରଭାସ ସୁଭଦର୍ଶନ ମହାନ୍ତି, ବିଶ୍ଵନାଥ ମିଶ୍ର, ସଞ୍ଜୟ ନାୟକ, ଗୌରାଙ୍ଗ ନାୟକ, ବ୍ରଜମୋହନ ସାହୁ, ରାମଚନ୍ଦ୍ର ବାରିକ, ସୁବ୍ରତ ଦତ୍ତ, ଟୁନା ଦାସ, ମିହିର ପ୍ରତାପ ଦାସ ପ୍ରମୁଖ କର୍ମକର୍ତ୍ତା ଖେଳାଳୀମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ ସାଧୁବାଦ ଜଣାଇଛନ୍ତି।
Popular Categories



