www.samajalive.in
Sunday, December 14, 2025
26.1 C
Bhubaneswar

ବାତ୍ୟା ‘ମନ୍ଥା’ର ମୁକାବିଲା ପାଇଁ ବାଲେଶ୍ବର ଜିଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

ସମାଜ ନ୍ୟୁଜ ଡେସ୍କ: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ମନ୍ଥା’ର ମୁକାବିଲା ପାଇଁ ବାଲେଶ୍ବର ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଓ ରାଜ୍ୟ ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ନି​‌େ​‌​‌ର୍ଦ୍ଦଶାନୁସାରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟି ଦେଇ ସାଧାରଣ ଲୋକଳଙ୍କୁ ସୁରକ୍ଷିତ ରଖିବା ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଥିବା ଜିଲା ଜରୁରୀକାଳୀନ ଅଧିକାରୀ ସାଇକ୍ରିଷ୍ଣା ଜେନା ସୂଚନା ଦେଇଛନ୍ତି ।

- Advertisement -

ସ୍ଥିତି ସାମାନ୍ୟ ନହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳ ଓ ଆନୁଷଙ୍ଗିକ ସାମଗ୍ରୀକୁ ପ୍ରସ୍ତୁତ ରଖିବା, ବିଶେଷକରି ଡିଜି ସେଟ୍‌ଗୁଡ଼ିକର କାର୍ଯ୍ୟକ୍ଷମ ରଖିବା, ବିଭାଗୀୟ ସମନ୍ବୟ ରକ୍ଷା ପୂର୍ବକ ସମସ୍ତ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ପାୱାରବୋଟ ଓ ଦେଶୀ ଡଙ୍ଗା ପ୍ରସ୍ତୁତ ରଖାଯାଇଛି।  ସେହିଭଳି ଶୁଖିଲା ଖାଦ୍ୟ, ପାଣି ବୋତଲ, ବ୍ଲିଚିଂ ପାଉଡର ଓ ଆବଶ୍ୟକ ସାଧନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଥିବା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅଧା ପାଚିଥିବା ଧାନ ଅମଳ କରିବା ଓ ସମୁଦ୍ରକୁ ମତ୍ସ୍ୟଜୀବୀ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।  ସେହିଭଳି ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ହସ୍ପିଟାଲକୁ ଏବେ ସ୍ଥାନାନ୍ତର ପାଇଁ ଉପକ୍ରମ ଆରମ୍ଭ ହୋଇଥିବା ଶ୍ରୀ ଜେନା କହିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories