www.samajalive.in
Monday, December 15, 2025
24.1 C
Bhubaneswar

ପଛୁଆ ବର୍ଗର ବିକାଶ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା: ସୁରଥ ବିଶ୍ୱାଳ

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟଗୁଡିକ ସହ ଆମ ରାଜ୍ୟକୁ ତୁଳନା କଲେ, ଆମ ରାଜ୍ୟର ଅନେକ ପଛୁଆ ବର୍ଗ ଜାତୀୟ ତାଲିକାଭୁକ୍ତ ହୋଇ ପାରିନାହାନ୍ତି । ରାଜ୍ୟରେ ଯଦିଓ ପଛୁଆବର୍ଗଙ୍କ ସଂଖ୍ୟା ରାଜ୍ୟର ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ, ତଥାପି ଅନେକ ପଛୁଆ ଜାତି ବର୍ଗ ଜାତୀୟ ପଛୁଆବର୍ଗ ତାଲିକାଭୁକ୍ତ ହୋଇନାହାନ୍ତି । ଫଳରେ ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଦ୍ଦିଷ୍ଟ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ପୂର୍ବ ରାଜ୍ୟ ସରକାରମାନେ ପଛୁଆବର୍ଗଙ୍କୁ ଯୋଜନାବଦ୍ଧ ଭାବେ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଥିଲେ। ୧୯୯୩ରେ ନବ ଦାସ କମିଶନ ସୁପାରିସ ପରେ ଦୀର୍ଘ ଦିନ ଧରି ଓଡିଶାରେ ଓବିସି କମିଶନ ଗଠନ ନ ହେବା ଏହାର ଅନ୍ୟତମ ପ୍ରମୁଖ କାରଣ। ବିଜେପି ତରଫରୁ ବାରମ୍ବାର ଦାବି ପରେ ପୂର୍ବ ସରକାର ଚାପର ବଶବର୍ତ୍ତୀ ହୋଇ ଯେଉଁ ଓବିସି କମିଶନ ଗଠନ କରିଥିଲେ, କିନ୍ତୁ ତାଙ୍କୁ ସଂପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇ ନ ଥିଲା। ବଂଚିତ ଜାତି ବର୍ଗମାନଙ୍କୁ ଜାତୀୟ ପଛୁଆ ବର୍ଗ ତାଲିକାଭୁକ୍ତ କରିବା ପାଇଁ ବିଜେପି ଓବିସି ମୋର୍ଚ୍ଚା ତରଫରୁ ବାରମ୍ବାର କେନ୍ଦ୍ରୀୟ କମିଶନଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ତତ୍କାଳୀନ ରାଜ୍ୟ ସରକାରାଙ୍କ ଚରମ ଉଦାସୀନତା କାରଣରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ଏପରିକି ଅନ୍ୟ ରାଜ୍ୟମାନଙ୍କରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରାବଧାନ ଥିଲେ ମଧ୍ୟ ଓଡିଶାରେ ତାହା କାର୍ଯ୍ୟକାରୀ ହେଉ ନ ଥିଲା। ମାତ୍ର ୨୦୨୪ରେ ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବା ପରେ ଶିକ୍ଷା କ୍ଷେତ୍ରରେ ପ୍ରଥମ ଥର ପାଇଁ ସଂରକ୍ଷଣ ପ୍ରଦାନ କରାଗଲା । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ନିଷ୍ପତ୍ତି ନେଇ ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ (ଏସ୍‌ଇବିସି) ବର୍ଗର ଛାତ୍ରୀଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ପଛୁଆ ବର୍ଗର ବିକାଶ, ଡବଲ ଇଂଜିନ ସରକାରର ପ୍ରାଥମିକତା ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱାଳ କହିଛନ୍ତି ଯେ, ଦେଶର ସାମଗ୍ରିକ, ସମନ୍ୱିତ ଓ ସନ୍ତୁଳିତ ବିକାଶକୁ ଦୃଷ୍ଟିରେ ରଖି ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ଅଧିକାର ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିର ଆସନ୍ତା ୨୯ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି । ତାଙ୍କ ସହ କମିଶନ ସଦସ୍ୟ, ସଚିବ ଏବଂ କମିଶନରର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ। ଏହି ଅବସରରେ କମିଶନ ଅଧ୍ୟକ୍ଷ ରାଜ୍ୟର ବିଭିନ୍ନ ଜାତିବର୍ଗଙ୍କଠାରୁ ସେମାନଙ୍କ ଦାବି ସଂପର୍କରେ ଶୁଣିବେ ଏବଂ ତଥ୍ୟ ସଂମ୍ବନ୍ଧିତ କାଗତପତ୍ର ଗ୍ରହଣ କରିବେ । ତେଣୁ ଯେଉଁ ଜାତିବର୍ଗମାନେ ଏହି ସଂପର୍କରେ ସେମାନଙ୍କ ଦାବୀ ଜଣାଇବାକୁ ଆଗ୍ରହୀ, ସେମାନଙ୍କ ସମାଜର ପ୍ରତିନିଧିମାନେ ଆସନ୍ତା ୨୯ ତାରିଖ ଦିନ ପୂର୍ବାହ୍ନ ୧୧ ଘଟିକାରେ ରାଜ୍ୟ ଅତିଥି ଭବନଠାରେ ଉପସ୍ଥିତ ରହି କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଶ୍ରୀ ବିଶ୍ୱାଳ ଅନୁରୋଧ କରିଛନ୍ତି।

- Advertisement -

ଏହି ଅବସରରେ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories