ଭୁବନେଶ୍ୱର : ରାଜ୍ୟ ସରକାର ଏବଂ ରାଜ୍ୟ ବିଜେପି ସାଂସଦମାନଙ୍କ ଦାବି ପରେ କେନ୍ଦ୍ର ସରକାର ଦେଶର ଆଇକନିକ୍ ଐତିହ୍ୟସ୍ଥଳୀ ତାଲିକାରେ ଓଡ଼ିଶାକୁ ସ୍ଥାନ ଦେବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଏହା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏହି ତାଲିକାରେ ପୁରୀ ଏବଂ କୋଣାର୍କ ସ୍ଥାନ ପାଇବାକୁ ଯୋଗ୍ୟ ଏବଂ କେହି ମଧ୍ୟ ଏହି ଦୁଇଟି ପର୍ଯ୍ୟଟନସ୍ଥଳୀକୁ ବାଦ୍ ଦେଇ ପାରିବେ ନାହିଁ। ମନ୍ତ୍ରୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ତାଲିକା ପ୍ରସ୍ତୁତି ସମୟରେ ଏହି ଦୁଇ ଐତିହ୍ୟସ୍ଥଳୀ ସମ୍ପର୍କୀତ ତଥ୍ୟ ଉପଲବ୍ଧ ନହେବାରୁ ଏହାକୁ ତାଲିକାରେ ସାମିଲ କରାଯାଇ ପାରି ନଥିଲା।



